fbpx

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

AAKASH

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଶନିବାର ଅଚାନକ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଏହାପରେ ତାଙ୍କୁ ପାଟନାର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ତାଙ୍କ ହାତରେ ଭୀଷଣ ଯନ୍ତ୍ରଣା ହେଉଛି । ମେଦାନ୍ତା ହସ୍ପିଟାଲର ଅର୍ଥୋପେଡିକ୍ସ ବିଭାଗରେ ଏବେ ତାଙ୍କ ଚିକିତ୍ସା ଚାଲୁଛି ।
ଶନିବାର ସକାଳେ ଅଚାନକ ତାଙ୍କ ହାତରେ ଭୀଷଣ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ପାଟନାର ମେଦାନ୍ତା ହସ୍ପିଟାଲ ନିଆଯାଇଥିଲା । ସେଠାରେ ଅର୍ଥୋପେଡିକ ବିଭାଗର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରିଛନ୍ତି ।
ଲୋକସଭା ନିର୍ବାଚନରେ ପ୍ରଚାର କରିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ନେଇ ଖବର ଆସିଥିଲା । ଏହା ସତ୍ତ୍ୱେ ପୁରା ନିର୍ବାଚନରେ ସେ ବେଶ୍ ସକ୍ରିୟ ରହିଥିଲେ । ଶନିବାର ତାଙ୍କ ହାତରେ ଭୀଷଣ ଯନ୍ତ୍ରଣା ଅନୁଭୂତ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.