fbpx

କୋର୍ କାର୍ବନ ଚୁଲା ଆରମ୍ଭ: ପ୍ରଦୂଷଣ ରୋକିବାରେ ଗାଁ ଲୋକଙ୍କ ପାଇଁ ହେବ ସୁବିଧା ଉପାୟ

ସମ୍ବଲପୁର: ଏଣିକି କମ ଧୂଆଁରେ ହେବ ରୋଷେଇ, କାରଣ ସମ୍ବଲପୁରରେ ଆରମ୍ଭ ହୋଇଯାଇଛି କୋର୍ କାର୍ବନ ଚୁଲା ଯୋଜନା । ବର୍ତ୍ତମାନ ସମୟରେ ଗାଁ ଲୋକଙ୍କୁ ଭଲ ପରିବେଶ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଛି ଏହି କୋର୍ କାର୍ବନ ଚୁଲା । ଏବେ ସବୁଠୁ କମ ଧୂଆଁ ରେ ରୋଷେଇ ସହଜ ହୋଇପାରିବ । ଗାଁ ଲୋକଙ୍କୁ ସୁସ୍ଥ ପରିବେଶ ଯୋଗାଇବା ସହ ଉନ୍ନତ ମାନର ଚୁଲା ପ୍ରଦାନ ପାଇଁ ସମ୍ବଲପୁରରେ ପ୍ରଥମେ ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ କୋର୍ କାର୍ବୋନକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ହାତକୁ ନିଆଯାଇଛି ଏହି ଅଭିନବ କାର୍ଯ୍ୟକ୍ରମ । ଏଥିପାଇଁ ଜିଲ୍ଲାରେ କୋର୍ କାର୍ବନ ଚୁଲାର ଶୁଭାରମ୍ଭ କରାଯାଇଛି । ସମ୍ବଲପୁର ସହର ଠାରେ ଏକ ବିଶେଷ ସମାରୋହରେ କମ୍ପାନୀର ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି ।

ଏଥିରେ କୋର୍ କାର୍ବୋନକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ସବୁ ପଦାଧିକାରୀ ମାନଙ୍କ ସମେତ ଜିଲ୍ଲାର ୯ଟି ବ୍ଳକରୁ ୨୪ ଜଣ କାର୍ବନ ସାଥି ଉପସ୍ଥିତ ରହିଥିଲେ । ପାରମ୍ପରିକ ଚୁଲା ତୁଳନାରେ ଏହା କମ୍ କାଠରେ ଏବଂ କମ୍ ସମୟ ମଧ୍ୟରେ ରେୀାଷେଇ କରିପାରିବ । ତେବେ ସବଚୁଠୁ ବପଡ କଥା ହେଉଛି ରୋଷେଇ ସମୟରେ ଏଥିରୁ ଅଦିକ ପରିମାଣର ଧୂଆଁ ମଧ୍ୟ ନିର୍ଗତ ହେବ ନାହିଁ । ଯାହାଦ୍ୱାରା ପ୍ରଦୂଷଣକୁ ସାମାନ୍ୟ ରୋକାଯାଇ ପାରିବ ।

ଏଥିସହିତ ଏହି ଉନ୍ନତ ଚୁଲ୍ଲାକୁ ୪ ବର୍ଷ ବ୍ୟବହାର କରି ଥୁବା ବ୍ୟବହାରକାରୀଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳରେ ମାତ୍ର ୧୦୦ଟଙ୍କା ବିନିମୟରେ ଲୋକଙ୍କୁ ଏହି ଚୁଲା ବାଣ୍ଟିବାର ଯୋଜନା ରହିଥିବା ସୂଚନା ଦେଇଛି କୋର୍ କାର୍ବୋନକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ଼ ।

Get real time updates directly on you device, subscribe now.