କେଶ ଝଡ଼ିବା କମ୍ କରିଥାଏ କଫି, ଜାଣନ୍ତୁ କିପରି କରିବେ ବ୍ୟବହାର
କେଶର ସୁନ୍ଦରତା ବୃଦ୍ଧି କରିଥାଏ କଫି । ଏଥିରେ ଥିବା କାଫେନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ କେଶ ପାଇଁ ବେଶ୍ ଲାଭଦାୟକ ।
ଓଡ଼ିଶା ଭାସ୍କର: ସାଧାରଣତଃ ଆମେ କଫି ପିଇଥାଉ । କିନ୍ତୁ ଏହା କେଶର ସୁନ୍ଦରତା ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ।
କେଶକୁ ମଜବୁତ ରଖିବା ସହ ଏହାର ବିକାଶରେ ଭିଟାମିନ୍ ‘ସି’ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ କଫିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ, କାଫେନ୍ ଏବଂ ଅନ୍ୟ ପୋଷକ ତତ୍ୱ କେଶ ଝଡ଼ିବା, ଧଳା କେଶ, ରୁପି ସମସ୍ୟା, ପ୍ରଦୂଷଣ ଆଦି ଠାରୁ କେଶକୁ ସୁରକ୍ଷିତ ରଖିଥାଏା
ଅଧିକାଂଶ ସମୟରେ ବ୍ୟକ୍ତି କେଶର ସୁନ୍ଦରତା ବୃଦ୍ଧି କରିବା ପାଇଁ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର କେମିକାଲଯୁକ୍ତ ମହଙ୍ଗା ଉତ୍ପାଦର ବ୍ୟବହାର କରିଥାଏ । ପରବର୍ତ୍ତୀ ସମୟରେ ଅନେକ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ବିଭିନ୍ନ ପ୍ରକାର କେଶ ସମସ୍ୟା ପାଇଁ କଫି କିପରି ଲାଭଦାୟକ ହୋଇଥାଏ ।
କେଶର ବିକାଶ: କଫିରେ ଥିବା କାଫେନ୍ କେଶର(ଫଲିକିଲ୍ସ) ରୋମଛିଦ୍ରରେ ରକ୍ତ ସଞ୍ଚଳନ ବୃଦ୍ଧି ହୋଇଥାଏ । ଫଳରେ କେଶର ବୃଦ୍ଧି ପ୍ରକ୍ରିୟା ସହଜ ହୋଇଥାଏ ।
ଏହା ବାଦ୍ କଫିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କେଶକୁ କ୍ଷତିରୁ ରକ୍ଷା କରିବା ସହ ସୁସ୍ଥ ରଖିଥାଏ ।
କେଶ ମୂଳକୁ ସଫା କରେ: ପ୍ରାକୃତିକ ଏକ୍ସଫୋଲିଏଟ୍ ଗୁଣରେ ଭରପୁର କଫି । ଏହା କେଶ ମୂଳରେ ଥିବା ଜମିଥିବା ମଇଳା ସଫା କରିଥାଏ ।
ଏହା ସହ ମୃତ ଚର୍ମ କୋଷକୁ ହଟାଇବାରେ ସହାୟକ ହୋଇଥାଏ ।
କେଶକୁ ମଜବୁତ କରେ: କଫିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କେଶକୁ ଫ୍ରି ରାଡିକାଲ୍ସରୁ ରକ୍ଷା କରିଥାଏ । ଫଳରେ କେଶ ମଜବୁତ ଓ ସୁସ୍ଥ ରୁହେ ।
କେଶର କୋମଳତା ବଜାୟ ରହିବା ସହ ଚମକ ଆଣିଥାଏ ଏବଂ ସହଜରେ ଫାଟିନଥାଏ ।
ପ୍ରାକୃତିକ ରଂଗ: କଫିରେ ମହଜୁଦ ଥିବା ପିଗମେଣ୍ଟ କେଶର ପ୍ରାକୃତିକ ରଂଗ ବଜାୟ ରଖିଥାଏ ।
ଏହା ଧଳା କେଶ ସମସ୍ୟା ହ୍ରାସ କରିବା ସହ ନୂଆ ଚମକ ଆଣିଥାଏ ।