fbpx

ଟ୍ରେନ୍ ଟ୍ରାଜେଡିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ, ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ : ଇତିହାସର ସବୁଠାରୁ ଭୀଷଣ ରେଳ ଦୁର୍ଘଟଣା ଥିଲା ଓଡିଶା ବାହାନଗାର ଟ୍ରେନ୍ ଟ୍ରାଜେଡି । ଏଥିରେ ଅତି କମରେ ୨୮୮ ଜଣ ମୃ୍ତ୍ୟୁ ବରଣ କରିଥିବା ବେଳେ ଆହତଙ୍କ ସଂଖ୍ୟା ହଜାର ଉପରେ ରହିଛି । ଏହି ଭୀଷଣ ଟ୍ରେନ୍ ଦୁର୍ଘଟଣାକୁ ନେଇ କଂଗ୍ରେସ ଦଳ ଏବେ କେନ୍ଦ୍ର ସରକାରଙ୍କୁ ଘେରିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ କହିଛନ୍ତି ଯେ, ସରକାର କାମ କରିବାର ପଦ୍ଧତିକୁ ଫମ୍ପା କରି ଦେଇଛନ୍ତି । ରେଳ ବିଭାଗରେ ୩ ଲକ୍ଷ ପଦ ଖାଲି ରହିଛି । ବଡ ଅଧିକାରୀଙ୍କ ପଦ ମଦ୍ୟ ଖାଲି ରହିଛି । ୯ ବର୍ଷ ଭିତରେ ଏସବୁ ପଦ ପାଇଁ ଭର୍ତ୍ତି କାହିଁକି ହୋଇନାହିଁ ବୋଲି ମଲ୍ଲିକାର୍ଜୁନ ପ୍ରଶ୍ନ କରିଛନ୍ତି ।

୧୦ରୁ ୧୨ଟି ଚକମକିଆ ଟ୍ରେନ୍ ଦେଖାଇବା ଚକ୍କରରେ ପୁରା ଢାଞ୍ଚାକୁ ବିଗାଡି ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ୩ ଲକ୍ଷ ୧୨ ହଜାର ପଦ ଖାଲି ପଡିଛି । ଜୀନ ଚାଲିଯାଉ କିନ୍ତୁ ପିଆଣ ନ ଯାଉ । ସରକାରଙ୍କ ଏହି ନୀତି ଛାଡିବାକୁ ହେବ । ରେଳ ମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେବେ କି ବୋଲି କଂଗ୍ରେସ ପଚାରିଛି ।

ତେବେ ପଦରେ ନିଯୁକ୍ତତି ହେଉନ ଥିବାବେଳେ କିପରି ଭାବେର ରେଳ ବିଭଗା କାର୍ଯ୍ୟକାରୀ ହେଉଛି ସେ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ଏତେ ଦୁର୍ଘଟଣା ପଛର କ’ଣ ବୋଲି ପଚାରିବା ସହ ଏସବୁ ପାଇଁ ରେଳ ମନ୍ତ୍ରୀକୁ ଦାୟୀ କରିଛି କଂଗ୍ରେସ । ଏହା ସହ ରେଳ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛି ।

Get real time updates directly on you device, subscribe now.