fbpx

ଯଦି ଏବେ ନୁହଁ ତ କେବେ ନୁହଁ,୨୦୨୪ ନିର୍ବାଚନ କଂଗ୍ରେସ ପାଇଁ ଶେଷ ସୁଯୋଗ ହେବ:ଜୟଦେବ ଜେନା

ଭୁବନେଶ୍ୱର:ବର୍ତ୍ତମାନ ୨୦୨୪ ନିର୍ବାଚନ ପାଇଁ ସବୁ ଦଳ ତାଙ୍କର ଖସଡା ପ୍ରସ୍ତୁତ କରି ସାରିଲେଣି । କିଏ କେଉଁ ଭଳି ଲଢ଼ିବ ତାହାକୁ ନେଇ ମଧ୍ୟ ହୋମୱାର୍କ କରିଲାଣି । କିନ୍ତୁ ଠିକ ଏହି ସମୟରେ କଂଗ୍ରେସର ପୂର୍ବତନ ପିସିସି ସଭାପତିଙ୍କର ଏକ ବଡ ବୟାନ ସାମ୍ନାକୁ ଆସିଛି । ୨୦୨୪ ନିର୍ବାଚନ କଂଗ୍ରେସ ଦଳ ପାଇଁ ଶେଷ ସୁଯୋଗ ହେବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

କଂଗ୍ରେସକୁ ନେଇ କିଛି ଏଭଳି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ସେ ଆହୁରୀ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ବିଜେପି ଆଉ ବିଜେଡି ଯୋଡି ହୋଇ ରହିଛନ୍ତି । ଏହି ଦଳ ପରସ୍ପରକୁ ବାହାରେ ବିରୋଧ କରୁଥିବା ବେଳେ ଭିତରେ ସେମାନେ ମିଳିତ ଭାବରେ କାମକରୁଛନ୍ତି । ତେଣୁ ଏହି ଦୃଷ୍ଟିରୁ କଂଗ୍ରେସ ପାଖରେ କେବଳ ଗୋଟିଏ ଶେଷ ସୁଯୋଗ ରହିଛି । ଯଦି ଦଳ ଏଥର ଜିତି ନପାରିଲା ତେବେ ଭଗବାନ ମଧ୍ୟ କଂଗ୍ରେସକୁ ଆଉ ଜିିତାଇବାରେ ସାହାର୍ଯ୍ୟ କରିପାରିବେ ନାହିଁ ଜୟଦେବ କହିଛନ୍ତି । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯଦି ଆମେ ଜିତିଲୁ ତେବେ ୧୦ରୁ ୧୫ ବର୍ଷ ଆମର ହିଁ ଶାସନ ରହିବ । ତେବେ ଏହା କଂଗ୍ରେସ କର୍ମୀ ମାନଙ୍କ ପାଇଁ ଏକ ଆହ୍ୱାନ ହୋଇ ପାରେ ବୋଲି ବିଶ୍ୱାସ କରାଯାଉଛି ।

ବିଗତ ଦିନରେ କଂଗ୍ରେସ ଦଳ ମଧ୍ୟରେ ଯେଉଁ ମତଭେଦ ଚାଲିଥିଲା ଏହାର ଫଳ ସ୍ୱରୁପ କଂଗ୍ରେସ କନ୍ଦଳ ବିଷୟରେ ବର୍ତ୍ତମାନ ସାରା ଓଡିଶାବାସୀଙ୍କୁ ଜଣା । ଯଦି ଦଳ ଭିତରେ ରହି ଏଭଳି କାର୍ଯ୍ୟକରିବେ ତେବେ ଏକଜୁଟ ହୋଇ ଆଉ କାହା ସହିତ ଲଢ଼ିବେ କିପରି? ତେଣୁ ଯଦି ବର୍ତ୍ତମାନ କଂଗ୍ରେସନେତା ମାନେ ଏହି ସଙ୍କେତକୁ ବୁଝିବାରେ ବିଫଳ ହୁଏ ତେବେ ୨୦୨୪ ନିର୍ବାଚନରେ କଂଗ୍ରେସ ପକ୍ଷେ ଖାତା ଖୋଲିବା ମଧ୍ୟ କଷ୍ଟକର ହୋଇ ପଡିବ ।

 

Get real time updates directly on you device, subscribe now.