ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପିୟଦର୍ଶିନୀଙ୍କ ଘରୋଇ ହିଂସା ଦିନକୁ ଦିନ ବଢୁଛି, ବରଂ କମିବାର ନାଁ ନେଉନି । ଏହାରି ମଧ୍ୟରେ କଟକ ଏସଡିଜେଏମ୍ କୋର୍ଟରେ ମାମଲାର ଶୁଣାଣି ହୋଇଛି । ଉଭୟ ପକ୍ଷ ଦ୍ୱାରା ଆଗତ ହୋଇଥିବା ୨ଟି ପିଟସନ୍ ଉପରେ ଶୁଣାଣି ହୋଇଛି । କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ । ଆସନ୍ତା ୨୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ତେବେ ତେବେ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ ।