fbpx

ଚାଷୀମାନଙ୍କୁ ମାଲାମାଲ କରିପାରେ ଗୋମୂତ୍ର: ମୁଖ୍ୟମନ୍ତ୍ରୀ ମଧ୍ୟ କରିଛନ୍ତି ବିଜନେସ, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ: ଭଲ ରୋଜଗାର ପାଇଁ କେଉଁ ବ୍ୟବସାୟ କରିବା ଉଚିତ ସେ ନେଇ ଅନେକ ଯୁବବର୍ଗ ଏବେ ଚିନ୍ତାରେ ରହିଛନ୍ତି । ବିଶେଷ କରି କୃଷକମାନେ ଏହାକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି । କାରଣ ଚାଷରେ ଏବେ ବିଶେଷ ଲାଭ ହେଉ ନଥିବା ବେଳେ ଦେଶରେ ଦରଦାମ ବୃଦ୍ଧି ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ କୃଷକମାନଙ୍କର ଏହି ସମସ୍ୟାର ସମାଧାନ କରିପାରେ ଗୋମୂତ୍ର । ଗୋମୂତ୍ର ବିକ୍ରି କରି ବେରୋଜଗାର ମଧ୍ୟ ଦୂର କରାଯାଇପାରିବ ।

ରାଜ୍ୟରେ ଗୋମୂତ୍ର କିଣିବା ପାଇଁ ଦ୍ୱାରା ଲିଟର ପିଛା ସର୍ବନିମ୍ନ ୪ ଟଙ୍କା ଯୋଗାଇ ଦିଆଯିବ । ଏ ନେଇ ଛତିଶଗଡର କୃଷି ବିକାଶ ଓ କୃଷକ କଲ୍ୟାଣ ଏବଂ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ସେପଟେ ପ୍ରତ୍ୟେକ ଜିଲ୍ଲାର ୨ଟି ଗୋଶାଳାରୁ ଗୋମୂତ୍ର କ୍ରୟ ଆରମ୍ଭ ହୋଇଛି । ତେବେ ଏହି ଯୋଜନାର ଶୁଭାରମ୍ଭରେ ପ୍ରଥମ ବିକ୍ରେତା ପାଲଟିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଚନ୍ଦଖୁରୀ ନିଧି ସ୍ୱୟଂ ସହାୟତା ଗୋଷ୍ଠୀର ଗୋଠାନ କେନ୍ଦ୍ରରେ ସେ ଗୋମୂତ୍ର ବିକ୍ରି କରିଛନ୍ତି । ଏହି ପରୀପ୍ରେକ୍ଷୀରେ ୫ ଲିଟର ଗୋମୂତ୍ର ବିକ୍ରି କରି ୨୦ ଟଙ୍କା ରୋଜଗାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗୋଧନ ନ୍ୟାୟ ମିଶନ ଯୋଜନା ଅନ୍ତର୍ଗତ ମହିଳା ସ୍ୱୟଂ ସହାୟତା ଗୋଷ୍ଠୀ ଗୋମୂତ୍ରରୁ ଜୀବାମୃତ ଏବଂ କୀଟ ନିୟନ୍ତ୍ରଣ ଉତ୍ପାଦ ପ୍ରସ୍ତୁତ କରିପାରିବେ । ତେବେ ଏଥିପାଇଁ ସରକାରଙ୍କ ତରଫରୁ ସେମାନଙ୍କୁ ଟ୍ରେନିଙ୍ଗ ମଧ୍ୟ ପ୍ରଦାନ କରାଯାଉଛି । ଦୁଇ ବର୍ଷ ପୂର୍ବେ, ହାରେଲି ପର୍ବ ଦିନ ଗୋଥାନରେ ଗୋବର କ୍ରୟ ମଧ୍ୟ ଆରମ୍ଭ ହୋଇଥିଲା । ଏହି ଯୋଜନା ଅନୁସାରେ ମହିଳା ସ୍ୱୟଂ ସହାୟତା ଗୋଷ୍ଠୀ ତରଫରୁ ଏ ପର୍ଯ୍ୟନ୍ତ ୨୦ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ୱାର୍ମି କମ୍ପୋଷ୍ଟ, ସୁପର କମ୍ପୋଷ୍ଟ, ସୁପର ପ୍ଲସ କମ୍ପୋଷ୍ଟ ଇତ୍ୟାଦି ଉତ୍ପାଦନ ହୋଇ ସାରିଛି ।

ଛତିଶଗଡ ସରକାରଙ୍କ ଏହି ନିଷ୍ପତ୍ତି ଜୈବିକ ଫସଲକୁ ସଞ୍ଜିବନୀ ମିଳିପାରିବ । ଏହାଦ୍ୱାରା କୃଷି ଫସଲରେ ରାସାୟନିକ କୀଟନାଶକ ବ୍ୟବହାର ଉପରେ ରୋକ ଲାଗାଯାଇପାରେ । ସେହିପରି, ଗୋମୂତ୍ର ବିକ୍ରି କରି କୃଷକମାନେ ଅତିରିକ୍ତ ଆୟ ମଧ୍ୟ କରିପାରିବେ । ଏଥିସହିତ ଲୋକମାନଙ୍କୁ ରୋଜଗାର ସୁଯୋଗ ମଧ୍ୟ ଉପଲବ୍ଧ ହୋଇ ପାରିବ ।

Get real time updates directly on you device, subscribe now.