ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ଚାଲିଛି ତନାଘନା । ଚିତ୍ତରଞ୍ଜନ ମୃତଦେହ ମିଳିଥିବା ସ୍ଥାନରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଛି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଏବଂ ଏଥିରେ ସଞ୍ଜୟ ଦାସବର୍ମାଙ୍କ ହାତ ରହିଥିବା ଅଭିଯୋଗ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଯୋର ଧରିବାରେ ଲାଗିଛି । ଏହି ମୃତ୍ୟୁ ମାମଲାରେ ଯୁବତୀଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଛି । ଚକରପଡ଼ା ଯୁବତୀଙ୍କ ପୂର୍ବରୁ ଜେରା କରିଛି ପୋଲିସ । ଏବେ ଯୁବତୀଙ୍କ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଡାକିଥିବା ସୂଚନା ମିଳିଛି ।
ତେବେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାରେ ଯୁବତୀଙ୍କର କ’ଣ ସମ୍ପୃକ୍ତି ରହିଛି, ସେନେଇ ବଢ଼ିଛି ରହସ୍ୟ । ଯୁବତୀଙ୍କ ଘରକୁ ଚିତ୍ତ ଓ ଜଗନ୍ନାଥ ବାରମ୍ବାର ଯାଉଥିବା ସୂଚନା ମିଳିଛି । ମା’ଙ୍କ ସହ ଯୁବତୀ ଭଡ଼ା ଘରେ ରହୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।
ଅନ୍ୟପଟେ ଯେଉଁ ସ୍ଥାନରେ ଜଗନ୍ନାଥଙ୍କର ବାଇକ ଦୁର୍ଘଟଣା ହୋଇଥିଲା ସେହି ସ୍ଥାନକୁ ବୁଲି ଦେଖିଛି କ୍ରାଇମବ୍ରାଞ୍ଚ ଟିମ୍ । ଗଡ଼ମୃଗଶିରା ପୋଲ ପାଖରେ ଯାଞ୍ଚ ଚାଲିଥିବା ଜଣାଯାଇଛି । କ୍ରାଇମ ବ୍ରାଞ୍ଚର ୪ଜଣିଆ ଟିମ୍ ବୁଧବାର ଦିନ ତଦନ୍ତ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚରେ ସାନି ମାମଲା ରୁଜୁ ହେବା ସହିତ ବୁଧବାର ସନ୍ଧ୍ୟାରେ ଏକ ୪ ଜଣିଆ ଟିମ୍ ପୁରୀ ଯାଇଥିଲା । ଜଣେ ଡିଏସପିଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଥିବା କରାଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭାର୍ଗବୀ ନଦୀ କୂଳରେ ପହଞ୍ଚି ଘଟଣାସ୍ଥଳ ଛାଜଭିନ୍ କରୁଛି ।