ନୂଆଦିଲ୍ଲୀ: କିଛି ଲୋକ ଏପରି କାର୍ଯ୍ୟ କରିନ୍ତି ଯାହା ତାଙ୍କ ଜୀବନକୁ ବିପଦରେ ପକେଇଥାଏ । ଲୋକମାନେ ବିପଜ୍ଜନକ ପଶୁମାନଙ୍କଠାରୁ ନିଜକୁ ବହୁତ ଦୂରରେ ରଖିବା ଆବଶ୍ୟକ । କିନ୍ତୁ ବେଳେ ବେଳେ ସେମାନେ ନିଜକୁ ହିରୋ ବୋଲି ସାବ୍ୟସ୍ତ କରିବାକୁ ଯାଇଁ କିଛି ଏଭଳି କାର୍ଯ୍ୟ କରନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଚିନ୍ତା ପ୍ରକଟ କରିବେ । ଭିଡିଓ ଟିରେ ଜଣେ ବ୍ୟକ୍ତି କୁମ୍ଭୀରକୁ ଧରିବା ପାଇଁ ପଦକ୍ଷେପ ନେଉଥିଲେ, କିନ୍ତୁ ଆକ୍ରମଣ କଲାବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
— that's why women's live longer than men (@TWWLLTM) March 15, 2023
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଖୋଲା ପଡ଼ିଆରେ ବିପଜ୍ଜନକ କୁମ୍ଭୀର ଧରିବାକୁ ଚେଷ୍ଟା କରୁଥିଲେ। ତେବେ ସେ ପ୍ରଥମେ ଏକ ଚତୁର କୌଶଳ ଖେଳି କୁମ୍ଭୀର ଆଖି ଓ ପାଟି ନିକଟରେ ଏକ କପଡା ଫିଙ୍ଗିଥିଲେ। କୁମ୍ଭୀରକୁ ଧରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ବହୁତ ବୃଦ୍ଧ ଥିଲେ। ବୃଦ୍ଧ ଜଣକ ତାଙ୍କ ପଦ୍ଧତିରେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ଥିଲେ, କିନ୍ତୁ ସେ ଜାଣି ନଥିଲେ ଯେ ଏହା କେତେ ବିପଦପୂର୍ଣ୍ଣ ହେଇପାରେ । ସେ କପଡାକୁ କୁମ୍ଭୀର ଉପରେ ପକାଇ ତା’ପରେ ଧରିବାକୁ ଲାଗିଲେ।
ସେ କୁମ୍ଭୀରକୁ ଧରିବା ପାଇଁ ପଛରୁ ଧୀରେ ଧୀରେ ଗଲେ ଏବଂ ତା’ପରେ ଏହାକୁ ଧରିବା ପାଇଁ ପଛରେ ବସିବାକୁ ଚେଷ୍ଟା କରିଲେ । କିନ୍ତୁ ତାଙ୍କର ଏହି ପଦ୍ଧତି ତାଙ୍କ ପାଇଁ କାମ କଲା ନାହିଁ ଏବଂ କୁମ୍ଭୀରଟି ତୁରନ୍ତ ତାଙ୍କୁ ଆକ୍ରମଣ କଲା। ସୌଭାଗ୍ୟବଶତଃ ବୃଦ୍ଧ ଜଣକ ତାଙ୍କ କବଳରୁ ବାହାରି ନିଜ ଜୀବନ ରକ୍ଷା କରିଥିଲେ। କୁମ୍ଭୀରଟି ବୃଦ୍ଧଙ୍କ ହାତକୁ ଆକ୍ରମଣ କରିଥିଲା । ତେବେ ସେ କୁମ୍ଭୀରଠାରୁ ଦୂରତା ରକ୍ଷା କରି ପଳାଇବାରେ ସଫଳ ହୋଇଥିଲେ। କିଛି ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହୋଇଛି। ଏପର୍ଯ୍ୟନ୍ତ ଏହାକୁ ଦୁଇ ଲକ୍ଷରୁ ଅଧିକ ଥର ଦେଖାଯାଇଛି ।