(Video) ଆକ୍ସନ ମୋଡ଼ରେ CRPF, ଆମ ଭାଇକୁ ମାରିଛୁ, ତୁ ଯେଉଁଠି ଥା ଆମ ହାତରୁ ବଞ୍ଚିବୁ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୧ ତାରିଖ ଦିନ ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିଲେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ ସହିଦ ହେବା ଯେତିକି ଦୁଃଖଦାୟକ ତାଙ୍କର ପରିବାରର ଅକୁହା କାହାଣୀ ତା’ଠାରୁ ଆହୁରି ବେଦନାଦାୟକ । ପୂର୍ବରୁ ସୁଶାନ୍ତଙ୍କର ବାପା, ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ସୁଶାନ୍ତଙ୍କ ହରାଇ ତାଙ୍କର ପରିବାର ପୁରୁଷଶୂନ୍ୟ ହୋଇ ଯାଇଛି । ହଜାର ହଜାର ଲୋକଙ୍କର ଉପସ୍ଥିତିରେ ଓଡ଼ିଆ ବୀର ସୁଶାନ୍ତଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ତେବେ ଦୁର୍ଦ୍ଦାନ୍ତ ମାଓ ନେତା ମିଶିର ବେସରାର ଗୁଳିରେ ଟଳି ପଡ଼ିଥିଲେ ସୁଶାନ୍ତ । ଏହି ମାଓବାଦୀ ଏତେ ହିଂସ୍ର ଯେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୭ଟି ରାଜ୍ୟ ତାକୁ ଖୋଜୁଛନ୍ତି । ତାକୁ ଧରିଲେ ୧ କୋଟି ଟଙ୍କ ପୁରସ୍କାର ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ମାଓବାଦୀ ସବୁବେଳେ ନିଜ ପାଖରେ ଦାମୀ ବନ୍ଧୁକ ରଖିଥାଏ । ଗଛ ଆଢ଼ୁଆଳରେ ରହି ସେ ସୁଶାନ୍ତଙ୍କ ଉପରେ ଗୁଳି ଚଳାଇଥିଲା । ଏହି ମାଓବାଦୀର ମୁହଁ ଦେଖିବା ଆଗରୁ ଟଳିପଡ଼ିଥିଲେ ସୁଶାନ୍ତ ।

ତେବେ ଓଡ଼ିଆ ସହିଦ ଯବାନ ସୁଶାନ୍ତଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ସିଆରପିଏଫ ଯବାନମାନେ ପ୍ରତିଜ୍ଞା କରିଛନ୍ତି । ଯିଏ ଆମ ଭାଇ ସୁଶାନ୍ତକୁ ମାରିଛି ତାକୁ କେବେ ବି ଛଡ଼ାଯିବ ନାହିଁ । ଯେଉଁଠି ଲୁଚିଲେ ବି ଖୋଜି ଖୋଜି ମାରିବେ ବୋଲି ପ୍ରତିହିଂସାପରାୟଣ ହୋଇ ଉଠିଛନ୍ତି ସାଥୀ ଯବାନମାନେ । ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ ଲୁଚିଥିଲେ ବି ତାକୁ ତ୍ରାହି ମିଳିବ ନାହିଁ । ସୁଶାନ୍ତଙ୍କ ମୃତ୍ୟୁର କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଛି ସିକ୍ରେଟ ମିଶନ । ନକ୍ସଲ ଲିଡର ବିସରା ଯେଉଁ ବଙ୍କର ମଧ୍ୟରେ ଲୁଚି ରହିଛି ସେନେଇ ଏବେ ଯୋଜନା ଆରମ୍ଭ ହୋଇଛି । ଏହି ମିଶନରେ ସାମିଲ ହୋଇଛନ୍ତି କମାଣ୍ଡୋ ବାହିନୀ । ଏବେ ଯବାନଙ୍କ ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଛି ଏହି ମାଓନେତା ।