fbpx

ପୃଥକ ସ୍ଥାନରେ ଦଳିଦେଲା ଦନ୍ତା : ଘଟଣାସ୍ଥଳରେ ୨ଜଣ ମୃତ

Advertisement

ସମ୍ବଲପୁର : ମଣିଷ ନିଜର ଚାହିଦା ପୂରଣ କରିବା ପାଇଁ ଜଙ୍ଗଲ କ୍ଷୟ କରିଦେଉଛି । ଏଥି ଯୋଗୁଁ ବନ୍ୟ ଜୀବଜନ୍ତୁଙ୍କ ବାସସ୍ଥାନ ବାଧାପ୍ରାପ୍ତ ହେଉଛି । ଫଳରେ ସେମାନେ ଜନବସତ୍ତି ଆଡକୁ ମୁହାଁଉଛନ୍ତି ଏବଂ କ୍ଷୟକ୍ଷତି କରୁଛନ୍ତି । ଏହିଭଳି ଏକ ଖବର ଆସିଛି ସମ୍ବଲପୁର ଜିଲ୍ଲାରୁ । ଗୋଟିଏ ଦନ୍ତା ଅଲଗା ଅଲଗା ସ୍ଥାନରେ ୨ଜଣଙ୍କୁ ମାରିଦେଇଛି । ଢାବା ବାହାରେ ଶୋଇଥିବା ସମୟରେ ଦନ୍ତା ଆସି ଦଳି ଦେଇଥିବା ବେଳେ ଚାରମାଳ ବୁଢ଼ିଖମାର ଗାଁରେ ଆମ୍ବ ଗୋଟାଉଥିବା ସମୟରେ ଜଣେ ବୃଦ୍ଧଙ୍କ ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି ।

ଖବର ଅନୁସାରେ ଗତ ରାତିରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ଗୋପାଳ ଢାବାର ମାଲିକ । ଗୋପାଳ ପ୍ରଧାନ ହେଉଛନ୍ତି ଯୁଯୁମୁରା ସରପଞ୍ଚଙ୍କ ସ୍ୱାମୀ । ସେ ଗତରାତିରେ ନିଜ ଢାବା ସାମ୍ନାରେ ଶୋଇଥିବା ସମୟରେ ଏକ ହାତୀ ଆସି ଦଳିଦେଇ ମାରିଥିବାର ଘଟଣା ଜଣାପଡିଛି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ଆରମ୍ଭ କରି ସାରିଛି ।

ତେବେ ଅନ୍ୟ ପଟେ ବୁଢ଼ିଖମାର ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସେ ହେଲେ ବୁଢ଼ୀଖମାର ଗାଁର ବାସିନ୍ଧା ରଙ୍କ ଭୂୟାଁ । ସେ ଆଜି ପ୍ରାତଃ ସମୟରେ ନିଜର ଆମ୍ବ ବଗିଚାରୁ ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ଅଚାନକ ଆସି ବୃଦ୍ଧ ବ୍ୟକ୍ତିଙ୍କୁ କଚାଡ଼ି ଦେଇଥିଲା । ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.