fbpx

CBSE CTET ଜୁଲାଇ ୨୦୨୪ ପରୀକ୍ଷା ପାଇଁ ସେଣ୍ଟର୍ ସିଟି ସ୍ଲିପ୍ ଜାରି: ଏହି ଉପାୟରେ ଜାଣନ୍ତୁ ପରୀକ୍ଷା କେନ୍ଦ୍ରର ସୂଚନା 

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି ଜୁଲାଇ ୨୦୨୪) ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି  । ଏହି ପରୀକ୍ଷାରେ ଉପସ୍ଥିତ ହେବାକୁ ଥିବା ପ୍ରାର୍ଥୀମାନଙ୍କ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରୀକ୍ଷା ସିଟି ସ୍ଲିପ୍ ଜାରି କରାଯାଇଛି ।

 

ସିଟିଇଟି ସେଣ୍ଟର୍ ସିଟି ସ୍ଲିପ୍ ସିବିଏସଇର ଅଫିସିଆଲ୍ ୱେବସାଇଟ୍ ଅନଲାଇନctet.nic.inରେ ପ୍ରକାଶ ପାଇଛି  ।

 

କୌଣସି ବିଳମ୍ବ ନକରି, ପ୍ରାର୍ଥୀମାନେ ତୁରନ୍ତ ୱେବସାଇଟକୁ ଯାଇ ସେମାନଙ୍କର ଲଗଇନ୍ ବିବରଣୀ ପ୍ରବେଶ କରି ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ସେମାନଙ୍କର ପରୀକ୍ଷା କେନ୍ଦ୍ର ବିଷୟରେ ସୂଚନା ପାଇପାରିବେ  ।

 

ପରୀକ୍ଷା କେବେ ହେବ :-

 

ସିବିଏସଇ ପକ୍ଷରୁ ସିଟିଇଟି ୨୦୨୪ ପରୀକ୍ଷା ଆୟୋଜନ ସମଗ୍ର ଦେଶରେ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ  ୭ ଜୁଲାଇ ୨୦୨୪ ରେ କରାଯିବ । ୨ ଟି ସିଫ୍ଟରେ ପରୀକ୍ଷା କରାଯିବ । ପେପର ୨ ସକାଳ ୧୦:୩୦ ରୁ ୧୨ ଟା ପର୍ଯ୍ୟନ୍ତ ଚାଲିବ ଓ ପେପର ୧ ଅପରାହ୍ନ ୨ ଟାରୁ ୪:୩୦ ପର୍ଯ୍ୟନ୍ତ ଚାଲିବ । ପ୍ରଶ୍ନପତ୍ରର ସମାଧାନ ପାଇଁ ପ୍ରାର୍ଥୀଙ୍କୁ ୨ ଘଣ୍ଟା ୩୦ ମିନିଟ୍ ସମୟ ଦିଆଯିବ  ।

 

 

 

ଏହିପରି ସେଣ୍ଟର୍ ସିଟି ସ୍ଲିପ୍ ଡାଉନଲୋଡ୍ କରନ୍ତୁ :-

 

ସିଟିଇଟି ସେଣ୍ଟର୍ ସିଟି ସ୍ଲିପ୍ ଡାଉନଲୋଡ୍ କରିବାକୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ ctet.nic.inକୁ ଯାଆନ୍ତୁ  ।

ୱେବସାଇଟ୍ ର ହୋମପେଜରେ ଆପଣଙ୍କୁ ଉଞଋଞ ଜୁଲାଇ ୨୦୨୪ ପାଇଁ View Centre City for CTET July 2024 ଉପରେ କ୍ଲିକ୍ କରିବାକୁ ପଡିବ  ।

ବର୍ତ୍ତମାନ ପରବର୍ତ୍ତୀ ପେଜରେ ପୁନର୍ବାର ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ଆପଣଙ୍କୁ ଆଗକୁ ବଢ଼ିବାକୁ ପଡିବ  ।

ଏହା ପରେ ଆପଣଙ୍କୁ ଆବେଦନ ନମ୍ବର, ଜନ୍ମ ତାରିଖ ଏବଂ ନୂତନ ପୋର୍ଟାଲରେ ସୁରକ୍ଷା ପିନ ଦେବାକୁ ପଡିବ ଏବଂ ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ  ।

ବର୍ତ୍ତମାନ ଆପଣଙ୍କର ସ୍ଲିପ୍ ସ୍କ୍ରିନରେ ଖୋଲିବ ଯାହାକୁ ଆପଣ ଡାଉନଲୋଡ୍ କରିପାରିବେ  ।

Centre City for CTET July 2024 ଡାଉନଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ  ।

 

ପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ୍ ଯେ ସେଣ୍ଟର୍ ସିଟି ସ୍ଲିପ୍ ଆଡମିଟ୍ କାର୍ଡ ଭାବରେ ବ୍ୟବହାର କରାଯାଇପାରିବ ନାହିଁ  । ପରୀକ୍ଷଣର କିଛି ଦିନ ପୂର୍ବରୁ ଅଫିସିଆଲ୍ ୱେବସାଇଟରେ ଡାଉନଲୋଡ୍ ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ହେବ  ।

Get real time updates directly on you device, subscribe now.