fbpx

ସରକାରଙ୍କ ତରଫରୁ ମିଳିବ ୧୫ ଲକ୍ଷ ଟଙ୍କା: ଜାଣନ୍ତୁ SBIର ନୂଆ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ମହିଳାମାନଙ୍କ ପାଇଁ ଆରମ୍ଭ ହୋଇଛି ଆଉ ଏକ ବଡ ସ୍କିମ । ଏହି ଯୋଜନାରେ ପରିବାରର ଝିଅମାନଙ୍କୁ ମୋଟା ଆକାରର ଫଣ୍ଡ ପ୍ରଦାନ କରିବ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଏହା ଏସବିଆଇ ସୁକନ୍ୟା ସମୃଦ୍ଧି ଯୋଜନା ନାମରେ ପ୍ରଣୟନ କରାଯାଇଛି । ଝିଅଙ୍କ ପାଠପଢାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଟଙ୍କା ଖର୍ଚ୍ଚ ପ୍ରଦାନ କରାଯିବ । ଏହି ଯୋଜନାରେ ମାତ୍ର ୨୫୦ ଟଙ୍କା ଜମା କରି ଗ୍ରାହକମାନଙ୍କୁ ଲକ୍ଷପତି ହେବାର ସୁଯୋଗ ରହିଛି । ଏ ନେଇ ଏସବିଆଇ ତରଫରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଏହି ସରକାରୀ ଯୋଜନା ଅଧୀନରେ ଆପଣଙ୍କା ଇନକମ୍ ଚାଲୁ ରହିବ । ଏହା ସହିତ ଆପଣଙ୍କୁ ଟାକ୍ସରେ ଛାଡ ମଧ୍ୟ ମିଳିପାରିବ । ତେବେ କେବଳ ଘରର ଝିଅମାନଙ୍କ ପାଇଁ ଏହି ସୁବିଧା ପ୍ରଣୟନ କରାଯାଇଛି । ଜିଅମାନଙ୍କ ଭବିଷ୍ୟତ ସୁରକ୍ଷା ରଖିବା ପାଇଁ ଏହି ସ୍କିମ ଆଣିଛନ୍ତି ସରକାର । ଏହାବ୍ୟତୀତ ସରକାର ଏବେ ଏହି ସ୍କିମରେ ୭.୬ ପ୍ରତିଶତ ମୂଲ୍ୟରେ ସୁଧ ମଧ୍ୟ ଦେଉଛନ୍ତି । ତେବେ ଗୋଟିଏ ପରିବାରର ୨ ଜଣ ଝିଅଙ୍କ ପାଇଁ ଏହି ସ୍କିମର ସୁବିଧା ନେଇ ପାରିବେ ଗ୍ରାହକ । କିନ୍ତୁ ପ୍ରଥମ ଝିଅ ପରେ ଯଦି କେହି ଯାଆଁ କନ୍ୟା ସ୍ତାନ ଜନ୍ମ ଦିଅନ୍ତି, ଏମିତି ପରିସ୍ଥିତିରେ ୩ ଜଣଙ୍କ ପାଇଁ ଏହି ସ୍କିମ ଲାଗୁ କରାଯାଇ ପାରିବ ।

ମାତ୍ର ୨୫୦ ଟଙ୍କା ଡିପୋଜିଟ କରି ଏହି ସ୍କିମକୁ ଆପଣ ଆରମ୍ଭ କରିପାରିବେ । ଏହା ବ୍ୟତୀତ ଆର୍ଥିକ ବର୍ଷରେ ସର୍ବାଧିକ ଦେଢ ଲକ୍ଷ ଟଙ୍କା ଜମା କରିବାକୁ ହେବ । ଏହି ଖାତା ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ଖୋଳିପାରିବେ ଜଣେ ଗ୍ରାହକ । ଯଦି ଏହି ଯୋଜନାର କିସ୍ତି ଠିକ ସମୟରେ ଜମା କରା ନ ଯାଏ, ତେବେ ଆପଣଙ୍କୁ ୫୦ ଟଙ୍କା ପେନାଲ୍ଟି ଆକାରରେ ଦେବାକୁ ପଡିବ ।

Get real time updates directly on you device, subscribe now.