ଢ଼ାବାରେ ଦୁଇ ଗୋଷ୍ଠି ମାରପିଟ ଘଟଣା: ୨ଗିରଫ, ୯ଫେରାର

ଟାଙ୍ଗୀ-ଚୌଦ୍ୱାର, (ଭାସ୍କର ନ୍ୟୁଜ ):ଟାଙ୍ଗୀ ସ୍ଥିତ ଗୋବିନ୍ଦପୁର ଛକରେ ଥିବା ଢ଼ାବା ରେ ଦୁଇ ଗୋଷ୍ଟି ମାରପିଟ ଘଟଣାରେ ଗୋଟିଏ ଗୋଷ୍ଠୀର ଦୁଇ ଅଭିଯୁକ୍ତଙ୍କୁ ଟାଙ୍ଗୀ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ସେ ଦୁହେଁ ହେଲେ ଟାଙ୍ଗୀ ଥାନା ଅଧିନ ଗୋବିନ୍ଦଗ୍ରାମର ସୋନୁ କର ଓ ଶୁଭ୍ରାଂଶୁ ସାମଲ । ଅନ୍ୟ ଗୋଷ୍ଠୀର ୯ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ସୂଚନାମୁତାବକ, ସୋନୁ ଟାଙ୍ଗୀ ଥାନା ଅଧିନ ଗୋବିନ୍ଦପୁର ଛକରେ ଏକ ଢ଼ାବା କରିଛନ୍ତି । କିଛି ଦିନ ହେବ ନିଜ ଗ୍ରାମର ବାବୁ ଓରଫ ତ୍ରଲୋକ୍ୟ ସାହୁଙ୍କ ମଧ୍ୟରେ କିଛି କଥାକୁ ନେଇ ଦୁଇ ଜଣକ ମଧ୍ୟରେ ମତାନ୍ତର ଲାଗି ରହିଥିଲା ।ଏଥିାଇଁ ଉଭୟଙ୍କ ମଧ୍ୟରେ ଅନେକ ସମୟ କଳି ଝଗଡା ଲାଗୁଥିଲା ।ସୂଚନା ଅନୁଯାଇ ଶୁକ୍ରବାର ରାତି ପ୍ରାୟ ଏଗାରଟାରେ ତ୍ରଲୋକ୍ୟ ସୋନୁଙ୍କ ଢ଼ାବାକୁ ଆସି ଗଣ୍ଡଗୋଳ କରିବା ସହ ଅସଭ୍ୟଭାଷାରେ ଗାଳି ଗୁଲଜ କରିଥିଲେ । ଯାହା ଫଳରେ ପାଖରେ ଥିବା ସ୍ଥାନୀୟ ପ୍ରତିନିଧି ଓ ମୁରବିଙ୍କ ହସ୍ତକ୍ଷେପ ପରେ ଶନିବାର ସନ୍ଧ୍ୟାରେ ଗାଁରେ ଏକ ବୈଠକ ବସି ଆପୋଷ ସମାଧାନର କରାଯିବାର ବ୍ୟବସ୍ଥା ଥିଲା କିନ୍ତୁ ଶନିବାର ସନ୍ଧ୍ୟା ୫ଟା ସମୟରେ ତ୍ରଲୋକ୍ୟ ସୋନୁଙ୍କ ନିକଟକୁ ଯାଇ ନିଜ ଫୋନ ଖରାପ ଅଛି ଘରକୁ ଫୋନ କରିବା ପାଇଁ ଫୋନ ମାଗି ନେଇଥିଲେ । ପରେ ଫୋନଟି ସୋନୁଙ୍କୁ ନ ଫେରାଇ ସେଠାରୁ ପଳାଇଥିଲେ । ଫୋନ ନେବା ପାଇଁ ସୋନୁ ଜଣେ ସାଙ୍ଗଙ୍କୁ ଲିଫ୍ଟ ମାଗି ତ୍ରଲୋକ୍ୟ ଢ଼ାବାରେ ପହଂଚି ଫୋନ ମାଗିଥିଲେ ।

ତ୍ରଲୋକ୍ୟ କୋଉ ଫୋନ ମୁଁ ଜାଣିନି କହିବାରୁ ଉଭୟ ମଧ୍ୟରେ କଥା କଟା କଟି ସମୟରେ ତ୍ରଲୋକ୍ୟ ଦୋକାନ ଭିତରୁ ଏକ ଧାରୁଆ ଲୁହା ରଡ଼ ଆଣି ସୋନୁଙ୍କ ମୁଣ୍ଡ ପ୍ରହାର ଦେଇଥିଲେ ଏହି ସମୟରେ ଶୁଭ୍ରାଂଶୁ ଅଟକାଇବାରୁ ତାଙ୍କ ଡାହାଣ ହାତ ଆଙ୍ଗୁଳି କଟି ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ପରେ ତ୍ରଲୋକ୍ୟଙ୍କ ସମ୍ପର୍କୀୟ ମାନେ ବାହାରି ଉଭୟଙ୍କ ମଧ୍ୟରେ ମାଡ଼ିଟ ହୋଇଥିଲା । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଂଚି ସୋନୁ ଏବଂ ତାଙ୍କ ସାଥିଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚରା କରିବାପରେ କୋର୍ଟ ଫରୱାର୍ଡ କରିଥିବା ଜଣାପଡିଛି । ଏ ନେଇ ଉଭୟ ପକ୍ଷରୁ ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା (ନଂ୧୮୦,୧୮୧/୨୨) ରୁଜୁ କରିତଦନ୍ତ କରୁଛି ।