ସନ୍ଧ୍ୟା ସୁଦ୍ଧା ଉଠିବ ଅଳିଆ: ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟାର ହେଲା ସମାଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ଉଠିଥିବା ସମସ୍ୟାର ବାହାରିଲା ନିଷ୍କର୍ଷ । ମଙ୍ଗଳବାର ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ପ୍ରସଙ୍ଗରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ୟାର ସମାଧାନ ପାଇଁ ବାହାରିଲା ନିଷ୍କର୍ଷ । ସାମାଧାନ ପରେ ଆଜି ସୁଦ୍ଧ୍ୟା ଉଠିବ ଅଳିଆ ।

ସୂଚନାଯୋଗ୍ୟ, ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଭୂଆଶୁଣୀ ଡମ୍ପିଂୟାର୍ଡରେ ରାଜଧାନୀରୁ ଅଳିଆ ପକାଇବାକୁ ବିରୋଧ କରିଥିଲେ ଦାରୁଠେଙ୍ଗ ଗ୍ରାମବାସୀ । ଫଳରେ ରାଜଧାନୀରୁ ଅନେକ ସ୍ଥାନରେ ଜମା ହୋଇରହିଛି ଅଳିଆ । ଏହା ସହ ଗ୍ରାମବାସୀ ଏହାର ସ୍ଥାୟୀ ସମାଧାନ ନେଇ ଦାବି କରିଥିଲେ । ଯାହାକୁ ନେଇ ଅଡ଼ୁଆ ଭିତରକୁ ଟାଣି ହୋଇଥିଲା ବିଏମସି ।

ତେବେ ମଙ୍ଗଳବାର ବୈଠକ ପରେ ସମାଧାନର ବାଟ ଫିଟିଛି । ଏହି ପ୍ରସଙ୍ଗରେ ସହଯୋଗ ହାତ ବଢ଼ାଇଝନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ । ସ୍ଥାୟୀ ସମାଧାନ ପାଇଁ ପଞ୍ଚାୟତବାସୀଙ୍କୁ ଦିଆଯିବ ଲିଖିତ ପ୍ରତିଶ୍ରୁତି । ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ଉଠିବ ଅଳିଆ । ସମସ୍ୟା ସମାଧାନ ପାଇଁ ବିଏମସିକୁ ମିଳିଲା ୯ ମାସର ମହଲତ ।