fbpx

ବାପାଙ୍କ ଶୁଦ୍ଧିକ୍ରିୟାରେ ଝିଅର ମୃତ୍ୟୁ: ସାଙ୍ଗରେ ନେଇଗଲା ଗେହ୍ଲି ନାତୁଣୀର ଜୀବନ

Advertisement

ଜେନାପୁର: ବାପାଙ୍କର ଶୁଦ୍ଧିକ୍ରିୟାକୁ ଯାଇ ପ୍ରାଣ ହରାଇଛନ୍ତି ଅଲିଅଳି ଗେହ୍ଲା ଝିଅ । ଆଉ ସାଙ୍ଗରେ ଆରପାରିକୁ ଚାଲିଗଲା ନିଷ୍ପାପ ନାତୁଣୀ । ଘରକୁ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁରୂପୀ ଲୌହ ଦାନବ । ଅକାଳରେ ନେଇଯାଇଛି ଦୁଇ ଦୁଇଟି ଜୀବନ । ବାପାଙ୍କ ପରେ ଏହି ଦୁଇ ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳ।।ଇ ଦେଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ରାଜପଥ ବରଡ଼ା ଛକଠାରେ ଘଟିଯାଇଛି ଏକ ଛାତିଥରା ଦୁର୍ଘଟଣା । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାପାଙ୍କ ଶୁଦ୍ଧିକ୍ରିୟାକୁ କାମ ସାରି ଘରକୁ ଫେରୁଥିବା ବେଳେ ଝିଅ ଏବଂ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ସ୍କୁଟିରେ ଦୁହେଁ ମହାକାଳପଡ଼ାରୁ ସୁକିନ୍ଦା ଫେରୁଥିବା ବେଳେ ମାଆ ଝିଅଙ୍କ ଉପରେ ଟ୍ରକ୍ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି ।

ଆଜି ପାରାଦୀପରୁ ସ୍କୁଟିରେ ମା ଶିତିକା ଚକ୍ରବର୍ତ୍ତୀ ଏବଂ ଝିଅ ସୋନାଲି ଚକ୍ରବର୍ତ୍ତୀ ନିଜ ଘର ସୁକିନ୍ଦାକୁ ଫେରୁଥିଲେ । ଏହି ସମୟରେ ୫୩ ନଂ ଜାତୀୟ ରାଜପଥର ବରଡା ଛକ ନିକଟରେ ପଛରୁ ଆସୁଥିବା ଏକ ଡ଼ମ୍ପର ଧକ୍କା କରିବା ସହିତ ତାଙ୍କ ଉପରେ ଓଲଟି ପଡିଥିଲା ! ତେବେ ଘଟଣା ସ୍ଥଳରେ ମା ଏବଂ ଝିଅ ଦୁହେଁ ମୃତ୍ୟୁ ବରଣ କରିଛନ୍ତି। ଏହାପରେ ଘଟଣା ସ୍ଥଳରେ ଜେନାପୁର ପୋଲିସ ପହଁଛି, ଉଭୟ ଶବକୁ ଜବତ କରିବା ସହ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ମଧ୍ୟ ଜବତ କରିଛି। ତେବେ ଅଭିଯୁକ୍ତ ଡ୍ରଆଇଭର ଏପର୍ଯ୍ୟନ୍ତ ଧରାପଡି ନଥିବା ବେଳେ ମାମଲାର ତଦନ୍ତ ଆରମ୍ଭ କରିଛି ଜେନାପୁର ପୋଲିସ ।

Get real time updates directly on you device, subscribe now.