fbpx

ଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ, ବିବାହକୁ ପୂରିନି ୨ ମାସ

Advertisement

ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ଅନେକ ସମୟରେ ସାମ୍ନାକୁ ଆସୁଥିବାବେଳେ, ଏବେ ପୁଣି ଏକ ବଧୂ ହତ୍ୟା ମାମଲା ସାମ୍ନାକୁ ଆସିଛି  । ଯେଉଁଠାରେ ବିବାହାର ଦୁଇ ମାସ ନପୁରୁଣୁ ଶ୍ୱଶୁର ଘରୁ ବୋହୂ ଅପରାଜିତାଙ୍କ ଶବ ଉଠିଛି । ବାଲେଶ୍ୱର ଖଇରା ଥାନା ନାହୁଲ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅନ୍ୟପଟେ ଅପରାଜିତାଙ୍କ ପରିବାର ଲୋକେ ଶ୍ୱଶୁର ଘର ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନାନୁଯାୟୀ, ୨ ମାସ ତଳେ ଔପଦା ଥାନା ଅଧୀନ ଦୁଃଖଣ୍ଡ ଖଇରା ଗ୍ରାମର ଅପରାଜିତା ନାହୁଲ ଗ୍ରାମର ସୁଦର୍ଶନ ଦାସଙ୍କ ପୁଅ ପ୍ରମୋଦ ଦାସଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଉଭୟ ପତି ପତ୍ନୀ ଅଲଗା ରହୁଥିଲେ । ତେବେ ବିବାହର ମାସେ ପରେ ପ୍ରମୋଦ ପତ୍ନୀ ଅପରାଜିତାଙ୍କୁ ନିଜ ବାପା ମାଙ୍କ ନିକଟରେ ଛାଡି କାମ କରିବା ପାଇଁ ବାହାରକୁ ଚାଲିଯାଇଥିଲେ  । ଆଉ ଆଜି ଶ୍ୱଶୁର ଘରୁ ଅପରାଜିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ଶ୍ଵଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବାବେଳ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ଖଇରା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.