fbpx

IPLରେ ବାଧା ସୃଷ୍ଟି କଲା କରୋନା, ମ୍ୟାଚ ପୂର୍ବରୁ କ୍ୱାରେଣ୍ଟାଇନରେ ରହିଲେ Delhi Capitalsର ସମସ୍ତ ଖେଳାଳି

Advertisement

ନୂଆଦିଲ୍ଲୀ: କିଛିଦିନ ଧରି ଦେଶରେ କରୋନାର ପ୍ରକୋପ କମିଥିବା ବେଳେ ପୁଣି ଥରେ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି । ଏହି କ୍ରମରେ କୋଭିଡ ସଂକ୍ରମଣ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ବାଧା ସାଜିଛି । ଋଷଭ ପନ୍ଥଙ୍କ ନେୃତ୍ୱତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସର ପୂରା ଟିମକୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଟିମର ଫିଜିଓ ପ୍ୟାଟ୍ରିକ ଫରହାର୍ଟ ଓ ଆଉ କିଛି ଖେଳାଳିଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୨୦ରେ ଦିଲ୍ଲୀର ପରବର୍ତ୍ତୀ ମ୍ୟାଚ ପଞ୍ଜାବ ବିପକ୍ଷରେ ପୁଣେରେ ହେବାର ଥିଲା । ମାତ୍ର କୋଭିଡ୍ ସଂକ୍ରମଣ କାରଣରୁ ଖେଳାଳିଙ୍କୁ ହୋଟେଲରୁ ବାହାରିବା ନେଇ କଟକଣା ଲାଗୁ କରାଯାଇଛି । ସମସ୍ତ ଖେଳାଳିଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଟେଷ୍ଟ କରାଯିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ, ଦୁଇଦିନ ପୂର୍ବରୁ ଫିଜିଓ ପ୍ୟାଟ୍ରିକ ଫରହାଟ କୋଭିଡ୍ ପଜିଟିଭ୍ ହୋଇଥିଲେ । ଏହାପରେ ଆଣ୍ଟିଜେନ ଟେଷ୍ଟରେ ଦିଲ୍ଲୀ ଟିମର ଆଉ ଜଣେ ପ୍ଲେୟାର ପଜିଟିଭ୍ ହୋଇଥିଲେ । ଏହି କାରଣରୁ ଦିଲ୍ଲୀ ଫ୍ରାଞ୍ଚାଇଜ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛି । ୨୦ ତାରିଖରେ ମହାରାଷ୍ଟ୍ରର ପୁଣେରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ ପାଇଁ ଆଜି ଦିଲ୍ଲୀ ଟିମ୍ ବାହାରିବାର ଥିଲା, ମାତ୍ର ସେଥିରେ ରୋକ ଲାଗୁ କରାଯାଇଛି । ଗତ ବର୍ଷ କୋଭିଡ୍ କାରଣରୁ ଆଇପିଏଲକୁ ଭାରତରେ ଅଧାରୁ ବାତିଲ୍ କରାଯାଇଥିଲା । ପରବର୍ତ୍ତୀ ସମୟରେ ବିସିସିଆଇ ପକ୍ଷରୁ ଏହାକୁ ୟୁଏଇରେ ସଫଳତାର ସହ ଆୟୋଜନ କରାଯାଇଥିଲା ।

Get real time updates directly on you device, subscribe now.