fbpx

କୋର୍ଟ ପହଞ୍ଚିଲେ କେଜ୍ରିୱାଲ, ଏହି ଆଦେଶ ବିରୁଦ୍ଧରେ କଲେ ଆବେଦନ

ନୂଆଦିଲ୍ଲୀ: ମଦ ଦୁର୍ନିୀତି ମାମଲାରେ ବାରମ୍ବାର ଇଡିର ସମନକୁ ଅଣଦେଖା କରି ଆସୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ କୋର୍ଟରେ ପହଞ୍ଚିଛନ୍ତି । କେଜ୍ରିୱାଲ ଇଡି ପକ୍ଷରୁ ଜାରି ସମନର ଅନୁପାଳନ କରି ନ ଥିବାରୁ ତାଙ୍କ ବିରୁଦ୍ଧରେ ଜାରି ଅଭିଯୋଗ ଉପରେ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ସମନ ଜାରି କରିଥିଲେ । ଆଜି କେଜ୍ରିୱାଲ ଏହି ସମନକୁ ଆହ୍ୱାନ କରି ରାଉଜ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଛନ୍ତି । କେଜ୍ରିୱାଲ ବିଚାରପତି ରାକେଶ ସୟାଲଙ୍କ ନିକଟରେ ପୁନଃନୀରିକ୍ଷଣ ଯାଚିକା ଦାଖଲ କରିଛନ୍ତି । ଆଶା କରାଯାଉଛି କି କୋର୍ଟ ଆଜି କେଜ୍ରିୱାଲଙ୍କ ଯାଚିକା ଉପରେ ଶୁଣାଣୀ କରି ରାୟ ଦେବେ ।

ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ କେଜ୍ରିୱାଲ ଏ ପର୍ଯ୍ୟନ୍ତ ଇଡି ଦ୍ୱାରା ପଠାଯାଇଥିବା ୮ ସମନକୁ ଅଣଦେଖା କରିଛନ୍ତି । ୧୬ ମାର୍ଚ୍ଚରେ କେଜ୍ରିୱାଲଙ୍କୁ କୋର୍ଟରେ ଉପସ୍ଥିତ ହେବାକୁ ଆଦେଶ ଦିଆଯାଇଥିଲା । ଦିଲ୍ଲୀର ଏକ କୋର୍ଟ କଥିତ ମଦ ଦୁର୍ନିତୀରେ ଇଡିର ସମନକୁ ଅଣଦେଖା କରିଥିବା ନେଇ ଇଡିର ଅଭିଯୋଗ ଉପରେ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲେ ।

Get real time updates directly on you device, subscribe now.