fbpx

ଦୀପାବଳି ପୂର୍ବରୁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି, ବାଣ ଉପରେ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆପ୍ ସରକାର ବାଣ ଉପରେ ପୁଣିଥିରେ ବ୍ୟାନ୍ ଲଗାଇଛନ୍ତି । ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀବାସୀ ଏଥର ମଧ୍ୟ ଦୀପାବଳିରେ ବାଣ ଫୁଟାଇ ପାରିବେ ନାହିଁ ।

ଗତ ବର୍ଷ ଭଳି ଏଥର ମଧ୍ୟ କେଜ୍ରିୱାଲ ସରକାର ଶୀତ ଋତୁରେ ଦିଲ୍ଲୀର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି ।

୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ କାର୍ଯ୍ୟକାରୀ ହେବ :-

ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋମବାର କହିଛନ୍ତି ଯେ, ଗତ ବର୍ଷ ଭଳି ଏଥର ମଧ୍ୟ ବାଣର ଅନଲାଇନ୍ ବିକ୍ରି ତଥା ଡେଲିଭରୀ ଉପରେ ପ୍ରତିବନ୍ଧକ ଲଗାଯିବ । ଦିଲ୍ଲୀରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରି ଏବଂ ବ୍ୟବହାର ଉପରେ ନିଷେଧାଦେଶ ୧ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Get real time updates directly on you device, subscribe now.