fbpx

ଦିଲ୍ଲୀ ଜଳ ସଂକଟ ପ୍ରସଙ୍ଗ: ‘ମୁଁ ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବି…’ ଏପରି କିଛି କହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ଅତିଶୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଦେଖାଦେଇଥିବା ଜଳ ସଂକଟକୁ ନେଇ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳର ଅଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁନିସିପାଲିଟି ପରିଷଦ ଜଳ ଯୋଗାଣ ପାଇଁ ଏକ ଆଡଭାଇଜରୀ ଜାରି କରିଥିଲେ । ଏହା ଅନ୍ତର୍ଗତ ଭିଭିଆଇପି ଅଞ୍ଚଳରେ ଗୋଟିଏ ସମୟରେ ଘରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯିବା ବ୍ୟବସ୍ଥା କରାଯାଇଛି । ଏଥିମଧ୍ୟରେ ଆପ୍ ନେତା ତଥା ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ହରିୟାଣା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହ ଶୀଘ୍ର ଏହି ସ୍ଥିିତିର ସମାଧାନ ନହେଲେ ସେ ଜୁନ୍ ୨୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ।

ଦିଲ୍ଲୀରେ ଦେଖାଯାଇଥିବା ଜଳ ସଂକଟକୁ ନେଇ ଅତିଶୀ କହିଛନ୍ତି ଆଜି (ଜୁନ୍ ୧୯) ଦିଲ୍ଲୀରେ ୧୦୦ MGD ଜଳର ଅଭାବ ଦେଖାଦେଇଛି । ଦିଲ୍ଲୀକୁ ହରିୟାଣାରୁ ୧୦୦ MGD ପାଣି କମ୍ ମିଳୁଛି । ଏହାର ଅର୍ଥ ୨୮ ଲକ୍ଷ ଲୋକଙ୍କୁ କମ୍ ପାଣି ମିଳୁଛି । ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅତିଶୀ କହିଛନ୍ତି, ‘ମୁଁ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛି । ସେ କହିଛନ୍ତି କେବଳ ହରିୟାଣା ଦେଇ ଦିଲ୍ଲୀକୁ ଜଳ ଆସିବ । ହିମାଳଚ ପ୍ରଦେଶରୁ ବି ଜଳ ଯୋଗାଇବା ପାଇଁ ମନା କରିଦେଇଛନ୍ତି । ଦିଲ୍ଲୀବାସୀଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ସମ୍ଭବ ଚେଷ୍ଟା କରିଛୁ କିନ୍ତୁ ହରିୟାଣା ସରକାର ପାଣି ଦେବାକୁ ମନା କରିଦେଇଛନ୍ତି ।’

Get real time updates directly on you device, subscribe now.