fbpx

ମସ୍ତିଷ୍କର ରାସାୟନିକ ଅସନ୍ତୁଳନ ପାଇଁ ମଣିଷ ମଧ୍ୟରେ ଡିପ୍ରେସନ ଆସିଥାଏ, ଏହା ଭୁଲ୍, ସାମ୍ନାକୁ ଆସିଲା ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ମଣିଷର ବ୍ରେନକୁ ନେଇ ଅନେକ ସମୟରେ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ଡିପ୍ରେସନ ମଣିଷର ମସ୍ତିଷ୍କରେ କେମିକାଲ ଅସନ୍ତୁଳନ କାରଣରୁ ହୋଇଥାଏ ବୋଲି ଅନେକ ଦଶନ୍ଧି ପୂର୍ବରୁ ଜଣାପଡ଼ିଥିଲା । ତେବେ ଏହି ଧାରଣା ଏବେ ଭୁଲ୍ ପ୍ରମାଣିତ ହୋଇଛି । ଡିପ୍ରେସନ ମସ୍ତିଷ୍କର କେମିକାଲ ଅସନ୍ତୁଳନ ପାଇଁ ହୋଇନଥାଏ ଏକ ରିସର୍ଚ୍ଚ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ତେବେ ବର୍ଷ ବର୍ଷ ଧରି ଅଗଣିତ ଡାକ୍ତର ସାରା ବିଶ୍ୱବାସୀଙ୍କୁ ଏହି ତଥ୍ୟ ପ୍ରଦାନ କରିଆସୁଥିଲେ । ଜନସାଧାରଣ ମଧ୍ୟ ଡାକ୍ତରମାନଙ୍କ ମତକୁ ସଠିକ୍ ବୋଲି ଧରି ନେଇଥିଲେ । ଯେତେବେଳେ ଲୋକମାନଙ୍କୁ ସେମାନଙ୍କର ବ୍ରେନରେ କିଛି ତ୍ରୁଟି ରହିଥିବା କୁହାଯାଇଥିଲା, ସେମାନେ ବାଧ୍ୟ ହୋଇ ଆଣ୍ଟିଡିପ୍ରେସନ ନେଇଥିଲେ ।

ତେବେ ଏନେଇ କିଛି ବିଶେଷଜ୍ଞ କହିଛନ୍ତି, ଡିପ୍ରେସନ ବ୍ରେନର କେମିକାଲ ଅସନ୍ତୁଳନ କାରଣରୁ ହେଉଥିବା ନେଇ କୌଣସି ସଠିକ୍ ପ୍ରମାଣ ମିଳିନାହିଁ । ୧୯୯୦ ମସିହାଠାରୁ ସେରୋଟେନିନକୁ ନେଇ ଅନେକ ରିସର୍ଚ୍ଚ କରାଯାଇଥିଲା । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ରିସର୍ଚ୍ଚରୁ ଡିପ୍ରେସନରେ ଥିବା ବ୍ୟକ୍ତି ଓ ବିନା ଡିପ୍ରେସନରେ ଥିବା ବ୍ୟଙ୍କ ମଧ୍ୟରେ ଥିବା ତାରତମ୍ୟ ବିଷୟରେ କିଛି ସ୍ପଷ୍ଟ ହୋଇପାରି ନଥିଲା ।

Get real time updates directly on you device, subscribe now.