fbpx

ଭେଙ୍କଟେଶ୍ୱରଙ୍କୁ ୧.୮ କୋଟି ଟଙ୍କାର ସୁନା ଖଣ୍ଡା ଦାନ କରି ଚର୍ଚ୍ଚାରେ ଭକ୍ତ

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ଭଗବାନଙ୍କୁ ଭୋଗ, ରୂପା ଢାଳ, ସୁନା ମୁକୁଟ ଆଦି ଭକ୍ତ ଦାନ କରୁଥିବା ଆପଣ ଜାଣିଥିବେ । ହେଲେ ଆନ୍ଧ୍ରପ୍ରଦେଶ ତିରୁତି ତିରୁମାଳା ମନ୍ଦିରରେ ସୁନା ଖଣ୍ଡା ଦାନ କରି ଏବେ ଜଣେ ଭକ୍ତ ବେଶ ଚର୍ଚ୍ଚା ସାଉଁଟିଛନ୍ତି । ହାଇଦ୍ରବାଦର ଏମ.ଏସ ପ୍ରସାଦ ନାମକ ଏହି ଭକ୍ତ ତିରୁତି ମନ୍ଦିରରେ ଭଗବାନ ଭେଙ୍କେଟେଶ୍ୱରଙ୍କୁ ୧.୮ କୋଟି ଟଙ୍କାର ଏକ ସୁନାଖଣ୍ଡା ଦାନ କରିଛନ୍ତି । ସୁନା ଖଣ୍ଡାର ଓଜନ ୬.୫ କିଲୋଗ୍ରାମ ରହିଛି ।

Get real time updates directly on you device, subscribe now.