fbpx

ଧବଳେଶ୍ୱର ପୀଠର ଚତୁଃପାର୍ଶ୍ୱରେ ହେବ ପଥର ପ୍ୟାକିଂ, ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯିବକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

Advertisement

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଠଗଡ଼ ସ୍ଥିତ ଓଡ଼ିଶାର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠର ଭିତିଭୂମିର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ମଧ୍ୟରେ ଥିବା ଏହି ପୀଠର ଚତୁଃପାର୍ଶ୍ୱରେ ପଥର ପ୍ୟାକିଂ ଦେଇ ଏହାକୁ ସୁରକ୍ଷିତ କରାଯିବା ସହ ଧବେଳଶ୍ୱର ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ସଂପର୍କିତ ପୂର୍ବ ବୈଠକରେ ପ୍ରସ୍ତାବ ଦେଇଥିଲେ । ଏହି ଆଧାରରେ ପାରିପାଶ୍ବିକ ସ୍ଥିତି ସଂପର୍କିତ ସର୍ଭେକୁ ଶୀଘ୍ର ଶେଷ କରିବାକୁ ଶ୍ରୀ ତ୍ରିପାଠୀ ଜଳସଂପଦ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ପାଖାପାଖି ୫୦ ଏକର ପରିମିତ ସ୍ଥାନରେ ଅବସ୍ଥିତ ଏହି ଶୈବପୀଠର ସବୁଜିମା ଓ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି କିରି କମ ଜାଗାରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇପାରିବ ସେ ପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରମୁଖ ପରାମର୍ଶଦାତା ଶ୍ରୀ ତ୍ରିପାଠୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପର୍ଯ୍ୟଟନ ବିଭାଗ ଏ ପୀଠର ଭିତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୬ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଜଳସଂପଦ ବିଭାଗକୁ ମହାନଦୀରେ ପଥର ପ୍ୟାକିଂ ଓ ବାହ୍ୟ ରିଙ୍ଗରୋଡ଼ ନିର୍ମାଣ ପାଇଁ ପ୍ରାୟ ୨୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ବୈଠକରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଅତିରିକ୍ତ ଶାସନ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଜୟ କୁମାର ମିଶ୍ର, ମହାନଦୀ-କାଠଯୋଡ଼ି ସିଷ୍ଟମର ମୁଖ୍ୟ ଯନ୍ତ୍ରୀ ଇଂ ଭକ୍ତଚରଣ ମହାନ୍ତି, ଏସ୍‌.ଜେ. ଆସୋସିଏଟ୍‌ର ସ୍ଥତି ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିବାବେଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଆଠଗଡ଼ ଉପଜିଲ୍ଲାପାଳ, କଟକ ପର୍ଯ୍ୟଟନ ଅଧିକାରୀ, ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

Get real time updates directly on you device, subscribe now.