fbpx

(Video) ଦୀପିକା ତୁ ମୋ ନାଁରେ ରେପ୍ କେସ୍ ଦେଇଛୁ, ତୋ ପାଇଁ ମୁଁ ଜେଲ୍ ଗଲି: ତୁ ଚାଲିଯା, ମୁଁ ତୋତେ ସ୍ତ୍ରୀ ଭାବେ ଗ୍ରହଣ କରିବି ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୧ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବିବାହର ପ୍ରତିଶ୍ରୁତି ଦେଇ ଦିନେଶ ତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ବେଳେ ଏହା ମଧ୍ୟରେ ଦୀପିକାଙ୍କର ଏକ ବର୍ଷର ଛୁଆଟିଏ ରହିଛି । ନିଜର ହକ୍ ଓ ସନ୍ତାନର ପରିଚୟ ପାଇଁ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା ।

ଏହା ମଧ୍ୟରେ ପ୍ରଥମ ଥର ପାଇଁ ଗତକାଲି ଦିନେଶ ମିଡ଼ିଆ ସାମ୍ନାକୁ ଆସିଥିଲେ । ଦିନେଶଙ୍କୁ ଗଣମାଧ୍ୟମର କର୍ମଚାରୀମାନେ ଦୀପିକାଙ୍କ ସହ ରିଲେସନ ନେଇ ଅନେକ ପ୍ରଶ୍ନ କରିଥିଲେ । ମାତ୍ର ଦିନେଶ ସେସବୁକୁ ଏଡ଼ାଇ ଯାଇଥିଲେ । ସେ ଆଇନକୁ ସମ୍ମାନ ଦିଅନ୍ତି, କୋର୍ଟ ଯାହା ନିର୍ଦ୍ଦେଶ ଦେବେ ସେ ତାହାକୁ ମାନିବେ । କୋର୍ଟରେ ଦୁହିଁଙ୍କର କେସ୍ ଚାଲିଛି, ଆଇନ ଅନୁଯାୟୀ ସେ ଚାଲିବେ ବୋଲି ଦିନେଶ ରୋକଠୋକ୍ କହିଥିଲେ ।

ଦୀପିକା ତୁ ମୋ ନାଁରେ ରେପ୍ କେସ୍ ଦେଇଛୁ, ତୋ ପାଇଁ ମୁଁ ଜେଲ ଯାଇଥିଲି । ତୁ ଯେତେଦିନ ମୋ ଘର ଆଗରେ ବସିଲେ ବି ମୋତେ କିଛି ଫରକ ପଡ଼ିବ ନାହିଁ । ମୁଁ ତୋତେ ସ୍ତ୍ରୀ ଭାବେ ଗ୍ରହଣ କରିବି ନାହିଁ । ଏ ଛୁଆ ମୋର ନୁହଁ, ତୁ ଏଠାରୁ ଚାଲିଯା । ଦୀପିକାଙ୍କୁ ସିଧାସଳଖ ଏପରି ଶୁଣାଇ ଦେଇଛନ୍ତି ଦିନେଶ । ଅନ୍ୟପଟେ ଦିନେଶଙ୍କ ମାଆ ମଧ୍ୟ ଦୀପିକା ଆଶ୍ରୟ ନେଇଥିବା ପାଲକୁ ଭାଙ୍ଗି ଦେଇଥିଲେ । ସେ ଏଠାରେ କାହିଁକି ବସିଛି, ସେଠାରୁ ଚାଲିଯିବାକୁ କଡ଼ା ଭାଷାରେ କହିଥିଲେ । ତେବେ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଏବେ ଦିନେଶ ବଦଳି ଯାଇଛନ୍ତି । ଦୀପିକା କେବେ ନ୍ୟାୟ ପାଇବେ ତାହା ହିଁ ଦେଖିବାକୁ ଅପେକ୍ଷା ।

Get real time updates directly on you device, subscribe now.