ଖୁବଶୀଘ୍ର ହ୍ୱାଟ୍ସଆପ୍‌ରେ କରିପାରିବେ ଟିକେଟ ବୁକିଂ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଡିଟିସି ବସରେ ଯାତ୍ରା କରିବା ହେଲା ସହଜ । ଡିଜିଟାଲ ଟିକେଟ ବୁକିଂ ମାଧ୍ୟମରେ କରିପାରିବେ ଯାତ୍ରା । ଦିଲ୍ଲୀ ମେଟ୍ରୋ ଲାଇନରେ ଏହି ସୁବିଧା ଉପଲବ୍ଧ କରାଯିବା ନେଇ ଦିଲ୍ଲୀ ସରକାର ଯୋଜନା କରୁଛନ୍ତି । ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଡିଟିସି ଏବଂ କ୍ଲଷ୍ଟର ବସ ପାଇଁ ଡିଜିଟାଲ ଟିକେଟ ବ୍ୟବସ୍ଥା ଆରମ୍ଭ କରାଯିବ ।

ଦିଲ୍ଲୀରେ ଡିଟିସି ବସରେ ଟିକେଟ କାଟି ଯାତ୍ରା କରିବା କଷ୍ଟକର ହୋଇଥାଏ । ତେଣୁ ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ ନିଗମ(DMRC) ଦ୍ୱାରା ହ୍ୱାଟ୍ସଆପ୍ ଆଧାରିତ ଟିକଟ ବ୍ୟବସ୍ଥା ଆରମ୍ଭ କରିବାର ଯୋଜନା କରାଯାଉଛି । ଏହି ସୁବିଧାର ଲାଭ ଉଠାଇବା ପାଇଁ ଯାତ୍ରୀ ଜଣଙ୍କୁ ହ୍ୱାଟ୍ସଆପରେ DMRC ର ଚାଟ୍ ବକ୍ସରେ ଏକ ‘ହାଏ’ ପଠାଇବେ । ଏହା ପରେ ଟିକେଟ କିଣିବା ପାଇଁ ଏକ ନିର୍ଦ୍ଦେଶ ଆସିବ ଯେପରି ଜଣିକିଆ, ପ୍ରତିଦିନ, ସାପ୍ତାହିକ ବା ମାସିକ ଟିକଟର ବିକଳ୍ପ ରହିବ । ତେବେ ବ୍ୟବହାରକାରୀଙ୍କ ଟିକଟ କାଟିବା ସଂଖ୍ୟାକୁ ନେଇ ସୀମା ନିର୍ଦ୍ଧାରିତ ହେବ ।
ତେବେ ଜାଣି ରଖନ୍ତୁ ହ୍ୱାଟ୍ସଆପ୍‌ରେ ଟିକଟ କାଟୁଥିଲେ ଟିକଟ ବାତିଲ କରାଯାଇପାରିବ ନାହିଁ । କ୍ରେଡ଼ିଟ ବା ଡେବିଟ୍ କାର୍ଡ଼ରେ ପେମେଣ୍ଟ କରୁଥିଲେ ଶୁଳ୍କ ଦେବାକୁ ପଡ଼ିଥାଏ । ସେହିପରି UPI ମାଧ୍ୟମରେ ପେମେଣ୍ଟ କରୁଥିଲେ କୌଣସି ଶୁଳ୍କ ଲାଗି ନଥାଏ ।