fbpx

ଦାୟିତ୍ୱହୀନତାର ସୀମା ଟପିଲା! ପାଦ ବଦଳରେ ୯ ବର୍ଷୀୟ ଶିଶୁର ପ୍ରାଇଭେଟ୍ ପାର୍ଟର ସର୍ଜରୀ କରିଦେଲେ ଡାକ୍ତର

Advertisement

ନୂଆଦିଲ୍ଳୀ: ଅନେକ ସମୟରେ ବିଭିନ୍ନ ବୃତ୍ତିରେ କାର୍ଯ୍ୟରତ କିଛି ବ୍ୟକ୍ତି ସେମାନଙ୍କର ଦାୟିତ୍ୱ ଭୁଲି ଯାଇଥାନ୍ତି । ବିଶେଷ କରି ଚିକିତ୍ସା କ୍ଷେତ୍ରରେ ମଧ୍ୟ ବହୁବାର ଏହାର ଉଦାହରଣ ଦେଖିବାକୁ ମିଳିଛି । ଅନେକ ସମୟରେ କିଛି ଡାକ୍ତର ଓ ନର୍ସ ଭୁଲ ଇଞ୍ଜେକସନ ଦେବା ଫଳରେ ଅକାରଣେ ରୋଗୀର ଜୀବନ ଚାଲିଯାଇଥାଏ । ତେବେ ଏହା ମଧ୍ୟ ବଡ଼ ମାମଲା ସାମ୍ନାକୁ ଆସିଛି । ଗୋଟିଏ ୯ ବର୍ଷୀୟ ଶିଶୁର ପାଦ ସର୍ଜରୀ କରିବା ବଦଳରେ ଡାକ୍ତର ପ୍ରାଇଭେଟ ପାର୍ଟର ସର୍ଜରୀ କରିଦେଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ଥାନେରୁ ଆସିଛି ଏଭଳି ଏକ ଚିନ୍ତାଜନକ ଖବର । ଗୋଟିଏ ୯ ବର୍ଷୀୟ ଶିଶୁ ଖେଳୁ ଖେଳୁ ତା’ର ପାଦରେ ଅଚାନକ ଚୋଟ ଲାଗିଥିଲା । ଏହାପରେ ଶିଶୁର ପରିଜନମାନେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଶିଶୁର ପିତା-ମାତା ଡାକ୍ତରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଡାକ୍ତରଙ୍କ ଭୁଲ ପାଇଁ ୯ ବର୍ଷୀୟ ଶିଶୁର ଜୀବନ ବର୍ବାଦ ହୋଇଯାଇଛି । ଡାକ୍ତର ଭୁଲ ସର୍ଜରୀ କରିଥିବା ନେଇ ଶିଶୁର ପିତାମାତା ଅଭିଯୋଗ କରିଛନ୍ତି । ଆଘାତ ଲାଗିଥିବା ପାଦରେ ସର୍ଜରୀ କରିବା ବଦଳରେ ଡାକ୍ତର ଶିଶୁର ପ୍ରାଇଭେଟ ପାର୍ଟର ସର୍ଜରୀ କରିଦେଇଥିବା ଶିଶୁର ପିତାମାତା ଅଭିଯୋଗ କରିଛନ୍ତି । ପରେ ଡାକ୍ତର ନିଜର ଭୁଲ୍ ବିଷୟରେ ଜାଣିପାରିଥିଲେ । ଏହି ମାମଲାରେ ଶିଶୁର ପିତାମାତା ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଛନ୍ତି ।

Get real time updates directly on you device, subscribe now.