fbpx

ନାଇଟ୍ ସିଫ୍ଟ କରୁଥିବା ଦେଶର ୩୫ ପ୍ରତିଶତ ଡାକ୍ତର ସୁରକ୍ଷିତ ନାହାଁନ୍ତି: IMA ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କ ସହ ବଳାତ୍କାର ଓ ହତ୍ୟାକୁ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ଆଇଏମଏ ସର୍ଭେରେ ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି । ଏକ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ଅଧ୍ୟୟନରୁ ଜଣାପଡିଛି ଯେ, ଏକ ତୃତୀୟାଂଶ (୩୫.୫%) ଡାକ୍ତର ନାଇଟ୍ ସିଫ୍ଟରେ ‘ଅସୁରକ୍ଷିତ କିମ୍ବା ବହୁତ ଅସୁରକ୍ଷିତ’ ଅନୁଭବ କରନ୍ତି ।

ସେମାନଙ୍କ ମଧ୍ୟରେ ମହିଳା ଡାକ୍ତରଙ୍କ ସଂଖ୍ୟା ଅଧିକ । କେତେକ ଡାକ୍ତର କହିଛନ୍ତି ଯେ ସେମାନେ ସୁରକ୍ଷା ପାଇଁ ଛୁରୀ ଏବଂ ପେପେର୍ ସ୍ପ୍ରେ ରେଖିଥାନ୍ତି । ଆଇଏମଏର ଏହି ଅନଲାଇନ୍ ସର୍ଭେରେ ୨୨ ଟି ରାଜ୍ୟରୁ ୩,୮୮୫ ଡାକ୍ତର ଅଂଶଗ୍ରହଣ କରିଥିଲେ, ସେଥିମଧ୍ୟରୁ ୬୩% ମହିଳା ଡାକ୍ତର ଥିଲେ । ଏଥିରେ ସମ୍ପୃକ୍ତ ୮୫% ଯୁବକ ଡାକ୍ତରଙ୍କଠାରେ ଅଧିକ ଭୟ ଦେଖାଦେଇଥିଲା । ୨୦-୩୦ ବର୍ଷ ବୟସର ଡାକ୍ତରଙ୍କ ମଧ୍ୟରେ ଅଧିକ ଅସୁରକ୍ଷିତତା ଅନୁଭବ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରେନି ବା ପିଜି ଟ୍ରେନି ଥିଲେ ।

ନାଇଟ୍ ଡ୍ୟୁଟି ପାଇଁ ନାହିଁ ଅଲଗା ରୁମ୍ :-

ସର୍ଭେରେ ୪୫% ଡାକ୍ତର କହିଛନ୍ତି ଯେ, ନାଇଟ୍ ଡ୍ୟୁଟି ପାଇଁ ସେମାନଙ୍କର ଅଲଗା ଡ୍ୟୁଟି ରୁମ୍ ନାହିଁ । ଆହୁରି ମଧ୍ୟ ଏକ ତୃତୀୟାଂଶ ଡ୍ୟୁଟି ରୁମରେ ଆଟାଚ୍ ବାଥରୁମର ସୁବିଧା ନାହିଁ, ସେମାନଙ୍କ ମଧ୍ୟରୁ ଅଧିକାଂଶର ପ୍ରାଇଭେସି ନାହିଁ । ୫୩% ଡ୍ୟୁଟି ରୁମ୍ ୱାର୍ଡ କିମ୍ବା ଜରୁରୀକାଳୀନ ୱାର୍ଡ ଠାରୁ ୧୦୦ ରୁ ୧୦୦୦ ମିଟର ଦୂରରେ ରହିଥାଏ । ଯେଉଁ ଡାକ୍ତରମାନେ ୩୫ ବର୍ଷରୁ କମ୍ ଥିଲେ, ସେମାନଙ୍କ ମଧ୍ୟରୁ ୬୧% ଟ୍ରେନି ବା ପିଜି ଟ୍ରେନି ଥିଲେ । ୨୪.୧% ଡାକ୍ତର ରିପୋର୍ଟ କରିଛନ୍ତି ଯେ ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ୧୧.୪% ନିଜକୁ ବହୁତ ଅସୁରକ୍ଷିତ ମନେ କରୁଛନ୍ତି ।

Get real time updates directly on you device, subscribe now.