fbpx

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିପାରିବେ ନାହିଁ ଡୋନାଲ୍ଡ ଟ୍ରମ୍ପ୍‌

Advertisement

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା । କ୍ୟାପିଟାଲ ହିଂସା ମାମଲାରେ ମଙ୍ଗଳବାର କୋଲୋରାଡ଼ୋ କୋର୍ଟ ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛି । ରିପବ୍ଲିକାନ୍ ରାଷ୍ଟ୍ରପତି ପଦର ପ୍ରାଥମିକ ମତଦାନରୁ ତାଙ୍କ ନାଁ ବାଦ୍ କରିବା ପାଇଁ କୋର୍ଟ ପକ୍ଷରୁ ଆଦେଶ ଦିଆଯାଇଛି । କହିରଖୁଛୁ ଜାନୁଆରୀ ୬, ୨୦୨୧ରେ କ୍ୟାପିଟାଲରେ ଦଙ୍ଗା ସୃଷ୍ଟି କରିବା ପାଇଁ ପ୍ରବର୍ତାଇବା କାରଣରୁ ଟ୍ରମ୍ପଙ୍କୁ ୨୦୨୪ ନିର୍ବାଚନରୁ ବାଦ୍ କରାଯାଇଛି । ଆସନ୍ତା ବର୍ଷ ଜାନୁଆରୀ ୪ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଏହି ଫଇସଲା କାର୍ଯ୍ୟକାରୀ ହେବା ଉପରେ ରୋକ୍ ଲାଗିଛି । ତେବେ ଉପର କୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିପାରିବେ ଟ୍ରମ୍ପ ।

କୋଲୋରାଡ଼ୋ କୋର୍ଟ ୪-୩ ସଂଖ୍ୟାଗରିଷ୍ଠତାରେ ରାୟ ଶୁଣାଇ କହିଛନ୍ତି ଯେ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନର ‘ବିଦ୍ରୋହ ସମ୍ପର୍କିତ’ ଧାରା ୩ରେ ଟ୍ରମ୍ପଙ୍କୁ ନିର୍ବାଚନ ଲଢ଼ିବା ନେଇ ଅଯୋଗ୍ୟ ଘୋଷଣା କରିଛନ୍ତି । ଏହା ଆମେରିକା ଇତିହାସରେ ପ୍ରଥମ ଘଟଣା ।

Get real time updates directly on you device, subscribe now.