ପୈତୃକ ସମ୍ପତ୍ତି ଉପରେ ଅଧିକାର ପାଇଁ ଅପେକ୍ଷା କରନ୍ତୁ ନାହିଁ, ଆପଣଙ୍କୁ ମିଳିବ କେବଳ ଏତିକି ସମୟ, ବିଳମ୍ବ କଲେ ହାତରୁ ଚାଲିଯିବ
ନୂଆଦିଲ୍ଲୀ : ଜେଜେବାପାଙ୍କଠାରୁ ଉତ୍ତରାଧିକାରୀ ସ୍ୱରୂପ ପାଉଥିବା ସମ୍ପତ୍ତିକୁ ପୈତୃକ ସମ୍ପତ୍ତି କୁହାଯାଏ । ଏହି ସମ୍ପତ୍ତି ଉପରେ ପରବର୍ତ୍ତୀ ୪ ପୀଢିର ଅଧିକାର ଥାଏ । ଜେଜେଙ୍କ ବାପା, ଜେଜେ, ବାପା ଏବଂ ଶେଷରେ ପିଲାର । ଏହି ଉପାୟରେ ୪ ପୀଢି ଏହି ସମ୍ପତ୍ତି ପାିବାକୁ ହକଦାର । କେବଳ ପିତା, ଜେଜେବାପା କିମ୍ବା ସେମାନଙ୍କ ପିତାଙ୍କଠାରୁ ଉତ୍ତରାଧିକାରୀ ଭାବେ ପିତୃପୁରୁଷ ସମ୍ପତ୍ତି ମିଳିପାରିବ । କିନ୍ତୁ ଯଦି ଆଈ, ଜେଜେମା ଓ ମା’ ଙ୍କ ଠାରୁ ସମ୍ପତ୍ତି ମିଳେ ତାହାକୁ ପୈତୃକ ସମ୍ପତ୍ତି କୁହାଯିବ ନାହିଁ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି କେତେ ବର୍ଷ ପାଇଁ ଜଣେ ଲୋକ ପୈତୃକ ସମ୍ପତ୍ତି ଉପରେ ଦାବି କରିପାରିବ । ନିୟମ ଅନୁଯାୟୀ, ଏହା କେବଳ ୧୨ ବର୍ଷ ବୟସ ପର୍ଯ୍ୟନ୍ତ କରାଯାଇପାରିବ । ଯଦି କେହି ଅନୁଭବ କରନ୍ତି ଯେ ତାଙ୍କର ସମ୍ପତ୍ତିରେ ପୈତୃକ ଅଧିକାର ଅଛି ଏବଂ ସେଥିରୁ ସେ ବାଦ ପଡିଛନ୍ତି, ତେବେ ସେ ୧୨ ବର୍ଷ ମଧ୍ୟରେ କୋର୍ଟକୁ ଯାଇ ନ୍ୟାୟ ମାଗିପାରିବେ । ଯଦି ସେ ତାହା କରିବାରେ ବିଫଳ ହୁଅନ୍ତି, ତେବେ ପୈତୃକ ସମ୍ପତ୍ତି ଉପରେ ତାଙ୍କର ଅଧିକାର ରହିବ ନାହିଁ । ଯଦି ବ୍ୟକ୍ତିର ବୈଧ କାରଣ ଅଛି, ତେବେ କେବଳ କୋର୍ଟରେ ଏହି ମାମଲାର ଶୁଣାଣି କରିପାରିବେ ନଚେତ୍ ସମ୍ପତ୍ତି ତାଙ୍କ ହାତରୁ ଚାଲିଯିବ ।
ପୈତୃକ ସମ୍ପତ୍ତି ଉପରୁ କ’ଣ କେହି ଅଧିକାର ଛଡେଇ ନେଇ ପାରିବେ କି? ଏହାର ଉତ୍ତର ନା । ଏହା କରିବା ସହଜ ନୁହେଁ । ପିତାମାତାମାନେ କେବଳ ନିଜ ଅର୍ଜିତ ସମ୍ପତ୍ତିରୁ ନିଜ ପିଲାଙ୍କୁ ବାହାର କରିପାରିବେ । ପୈତୃକ ସମ୍ପତ୍ତିରୁ ନୁହେଁ । ବେଳେବେଳ ଦେଖିବାକୁ ମିଳେ ପୈତୃକ ସମ୍ପତ୍ତିରୁ ବିତାଡିତ କରିବାକୁ କୋର୍ଟ ଅନୁମତି ଦେଇଥାନ୍ତି । କିନ୍ତୁ ଏଥିପାଇଁ ଆବେଦନକାରୀଙ୍କୁ ଅନେକ ପରିଶ୍ରମ କରିବାକୁ ପଡେ । ତା’ ପରେ ବି ଏହା ନିଶ୍ଚିତ ନୁହେଁ ଶତପ୍ରତିଶତ ଶୁଣାଣି ପିତାମାତାଙ୍କ ସପକ୍ଷରେ ଯିବ ।