fbpx

ସକାଳୁ ଉଠି ପିଅନ୍ତୁ ଏହି ପାଣି, କିଛି ଦିନରେ ପତଳା ହେବ ଅଣ୍ଟା

ଓଡ଼ିଶା ଭାସ୍କର: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ପାଖରେ ନିଜ ପାଇଁ ସମୟ ନାହିଁ । ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ । ବିଶେଷ କରି କୌଣସି ଶାରୀରିକ କାର୍ଯ୍ୟକଳାପ ନହେବା ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ମେଦବହୁଳତା ସମସ୍ୟା ଦେଖାଦେଇଥାଏ । ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମେଦବହୁଳତାର ଶିକାର ହେଉଛନ୍ତି । ଏହା ସେମାନଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ । ଅନେକ ସମୟରେ ସେମାନେ ଉପହାସର ଶିକାର ହୋଇଥାନ୍ତି । ଏହା ସେମାନଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ପର୍ସନାଲିଟି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଏହି ମେଦବହୁଳତା କାରଣରୁ କଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ, ଟାଇପ୍ ୨ ଡାଇବେଟିସ୍‌, ହାର୍ଟ ସମସ୍ୟା ଏବଂ ଷ୍ଟୋକ୍ ଭଳି ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବୃଦ୍ଧି ପାଇଥାଏ । ଉଚିତ ସମୟରେ ମେଦବହୁଳତାକୁ ନିୟନ୍ତ୍ରଣ ନକଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଅନେକ ସମୟରେ ମେଦବହୁଳତା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ, ଜିମ୍‌, ଡାଏଟ୍ ପ୍ଲାନ୍ କରିଥାଉ । କିନ୍ତୁ ଆଜି ଏମିତି ଏକ ଘରୋଇ ଉପାୟ ବିଷୟରେ କହିବୁ ଯାହାର ପାଳନ କରିଲେ ମାତ୍ର କିଛି ଦିନ ଭିତରେ ଫରକ ଜାଣିପାରିବେ । ରୋଷେଇ ଘରେ ଅନେକ ପ୍ରକାର ମସଲା ରହୁଛି । ସେଥିମଧ୍ୟରୁ ମେଥି ଅନ୍ୟତମ । ମେଥି ଦାନା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରିବାରେ ସହାୟକ ହୋଇନଥାଏ ବରଂ ଓଜନ ହ୍ରାସ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଯଦି ଆପଣ ସନ୍ତୁଳିତ ଆହାର ଏବଂ ବ୍ୟାୟାମ ସହ ଏହି ଉପାୟରେ ନିୟମିତ ମେଥିର ସେବନ କରିବେ ତେବେ କିଛି ଦିନ ଭିତରେ ଫରକ ଅନୁଭବ କରିପାରିବେ । କହିରଖୁଛୁ ମେଥିରେ ଫାଇବର, ପ୍ରୋଟିନ୍‌, ଲୌହ, ମ୍ୟାଗନେଶିୟମ୍ ଏବଂ ଭିଟାମିନ୍ ସମେତ ଅନେକ ପୋଷକ ତତ୍ୱ ରହିଛି । ଏହା ଶରୀରରେ ମେଟାବଲିଜିମ୍ ବୃଦ୍ଧି କରିବା ସହ ମେଦବହୁଳତା ହ୍ରାସ କରିଥାଏ । ମେଥିରେ ଗେଲେକ୍ଟୋମେନନ ରହିଛି ଯାହା ଜଳରେ ସହଜରେ ମିଳେଇ ଯାଏ । ଏହା ଭୋକକୁ ଦବାଇ ଥାଏ । ଫଳରେ ଆପଣ ବାରମ୍ବାର ଖାଇବା ଠାରୁ ଦୂରେଇ ରହିପାରିବେ । ଏହା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ରହିଥାଏ । ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ମେଥି ଭିଜାଇ ରାତି ସାରା ରଖନ୍ତୁ । ତା’ ପରେ ସକାଳେ ଖାଲି ପେଟରେ ଏହି ପାଣିକୁ ସେବନ କରନ୍ତୁ ।

ଓଜନ ହ୍ରାସ କରିବା ବ୍ୟତୀତ ମେଥିର ସେବନ କରିବା ଦ୍ୱାରା

– ହଜମ ପ୍ରକ୍ରିୟା ଠିକ୍ ରହିଥାଏ
– ତ୍ୱଚାର ଚମକ ବୃଦ୍ଧି ହୋଇଥାଏ
– ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ
– କଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ

Get real time updates directly on you device, subscribe now.