E-KYC ନକଲେ ହାତଛଡ଼ା ହେବ ରାସନ୍ କାର୍ଡ଼, ଏହି ତାରିଖ ଶେଷ ହେବ E-KYC ଅବଧି

ଭୁବନେଶ୍ୱର: ଆପଣ E-KYC  କରିନଥିଲ ହୋଇଯାନ୍ତୁ ସାବଧାନ । ରାସନ କାର୍ଡ଼ ପାଇଁ ସରୁଛି E-KYC  ଅବଧି ।

ଯଥା ଶୀଘ୍ର ଫେବୃଆରୀ ୧୫ ପର୍ଯ୍ୟନ୍ତ ନିଜର E-KYC  ଅପଡେଟ୍ କରାଇନିଅନ୍ତୁ । ଏପରି ନହେଲେ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ଼ ଫେରାଇବାକୁ ପଡ଼ିପାରେ । କାର୍ଡ଼ ନଫେରାଇଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । E-KYC  ନ କଲେ କାର୍ଡ଼ ସରେଣ୍ଡର ଧରିନିଆଯିବ ।

କହିରଖୁଛୁ ପ୍ରାୟ ୮ ଲକ୍ଷ ଆୟକରଦାତା ହାତେଇଛନ୍ତି ରାସନ୍ କାର୍ଡ଼ । ସେହିପରି ୧୨ ହଜାର ଚାକିରିଆ ଓ ବଡ଼ବଡ଼ିଆ ଫେରାଇଛନ୍ତି କାର୍ଡ଼ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାଜ୍ୟ ସରକାର ରାସନ କାର୍ଡ଼ ପାଇଁ E-KYC ବାଧ୍ୟତାମୂଳକ କରିଥିବା ବେଳେ ଏବେବି ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍ ପଡ଼ିଛନ୍ତି ।

ବିନା ଲିଙ୍କରେ ମାଗଣା ଚାଉଳ ଓ ଗହମ ମିଳିବ ନାହିଁ । ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ E-KYC କରିବାକୁ ଅପିଲ କରିଛନ୍ତି ଯୋଗଣ ମନ୍ତ୍ରୀ ।

ଯେଉଁ ଲୋକମାନେ ନିଜ ଗାଁ ଛାଡ଼ି ଅନ୍ୟ ରାଜ୍ୟରେ ଜୀବିକା ନିର୍ବାହ କରୁଛନ୍ତି ସେମାନଙ୍କ ରାସନ କାର୍ଡ ପାଇଁ E-KYC କରିବାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଦୂରରେ ଥାଇ ମଧ୍ୟ ଆପଣ E-KYC କରିପାରିବେ । ଆପଣ ରହୁଥିବା ନିକଟସ୍ଥ ସରକାରୀ ଖାଦ୍ୟ ଡିଲର ପାଖକୁ ଯାଇ ନିଜ ରାସନ କାର୍ଡ E-KYC କରିପାରିବେ।

ଏଥିପାଇଁ କେବଳ ରାସନ କାର୍ଡ ନମ୍ବର ଓ ଆଧାର ରହିବା ଆବଶ୍ୟକ, ଯାହା ଦ୍ୱାରା ବାୟୋମେଟ୍ରିକ ଯାଞ୍ଚ (ମେସିନରେ ଫିଙ୍ଗର ପ୍ରିଣ୍ଟିଂ) କରାଯାଇହେବ।