fbpx

ଗୁଜୁରାଟରେ ଭୂକମ୍ପ ; ବାରମ୍ବାର ଝଟକା ବଡ଼ ବିପର୍ଯ୍ୟୟ ସଙ୍କେତ ନୁହେଁ ତ !

ନୂଆଦିଲ୍ଲୀ : ଗୁଜୁରାଟରେ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ରରୁ ମିଳିଥିବା ଅନୁଯାୟୀ, ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଗୁଜୁରାଟର ରାଜକୋଟଠାରୁ ୨୭୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ନିକଟ ଅତୀତରେ ଗୁଜୁରାଟରେ ଅନେକ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ଏହି ସାମାନ୍ୟ କମ୍ପନ କିଛି ବଡ଼ ବିପର‌୍ୟ୍ୟୟର ସଙ୍କେତ କି? ବୋଲି ଲୋକେ ଆଶଙ୍କା କରୁଛନ୍ତି ।

ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ ଗୁଜୁରାଟର ଆମ୍ରେଲି ଜିଲ୍ଲା ଗତ ଦୁଇ ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ପ୍ରାୟ ୪୦୦ଟି ଭୂକମ୍ପ ରେକର୍ଡ କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆମ୍ରେଲିର ଜିଲ୍ଲାର ମିଟିଆଲା ଗାଁର ଲୋକମାନେ ସତର୍କତାମୂଳକ ପଦକ୍ଷେପ ଭାବରେ ନିଜ ଘର ବାହାରେ ଶୋଇବା ଆରମ୍ଭ କରିଛନ୍ତି। ଯାହାଦ୍ୱାରା ଏକ ବଡ଼ ଅଘଟଣରୁ ରକ୍ଷା ପାଇପାରିବେ ବୋଲି ଅନୁମାନ କରୁଛନ୍ତି ।

ଗାନ୍ଧିନଗର ୪୮ ଘଣ୍ଟା ମଧ୍ୟରେ ଆମ୍ରେଲିର ସାବାର୍କଣ୍ଡଲା ଏବଂ ଖମ୍ବା ତାଲୁକାରେ ୩.୧ ରୁ ୩.୪ ମ୍ୟାଗ୍ନିଚ୍ୟୁଡର ଚାରିଟି କମ୍ପନ ରେକର୍ଡ କରାଯାଇଥିଲା, ଯେଉଁଥିପାଇଁ ବାସିନ୍ଦାମାନେ ଚିନ୍ତିତ ଥିଲେ ।

ସୂଚନାଯୋଗ୍ୟ ଯେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ସମ୍ପ୍ରତି ପ୍ରବଳ କମ୍ପନ ସମଗ୍ର ବିଶ୍ୱକୁ ଆଶ୍ଚର‌୍ୟ୍ୟ କରିଛି। ଏହି ଭୂକମ୍ପରେ ୪୫,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ଭୟଙ୍କର ଭୂକମ୍ପ ପରେ ଆମରେଲିରେ କ୍ରମାଗତ ଭୂକମ୍ପ କାର‌୍ୟ୍ୟକଳାପ ଦେଖାଯାଉଛି। ଜାନୁଆରୀ ୨୦୦୧ ରେ, ଗୁଜୁରାଟର କୁଚ୍ ଜିଲ୍ଲାରେ ଏକ ଶକ୍ତିଶାଳୀ ଭୂକମ୍ପରେ ୧୯,୮୦୦ ଜଣ ପ୍ରାଣ ହରାଇଥିବାବେଳେ ୧.୬୭ ଲକ୍ଷ ଲୋକ ଆହତ ହୋଇଥିଲେ।

Get real time updates directly on you device, subscribe now.