fbpx

ଫିଲିପାଇନ୍ସରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ଼ କରାଯାଇଛି

ଶନିବାର ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରେକର୍ଡ଼ କରାଯାଇଛି । ଏହି ଭୂକମ୍ପର ପ୍ରଭାବରେ ୩ ମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ । ଏହା ସହ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆଶଙ୍କା ଥିବା ନେଇ ସତର୍କ ସୂଚନା ଜାରି କରାଯାଇଥିବା ନେଇ ୟୁଏସ୍ ସୁନାମୀ ୱାର୍ଣ୍ଣିଂ ସିଷ୍ଟମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଭୂକମ୍ପ ଶନିବାର ରାତି ୮:୦୭ ମିନିଟରେ ଅନୁଭୂତ ହୋଇଥିଲ ଯାହାର କେନ୍ଦ୍ର ବିନ୍ଦୁ ଭୂଗର୍ଭରୁ ୫୦ କିମି ଗଭୀର ଥିବାନେଇନ୍ୟାସନାଲ ସେଣ୍ଟର ଫର୍ ସେସ୍‌ମୋଲୋଜି ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Get real time updates directly on you device, subscribe now.