fbpx

୭ ରାଜ୍ୟରେ ଭୂକମ୍ପ ଝଟକା; ୬ ମୃତ, ୫ ଆହତ

ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ତେବେ ଦିଲ୍ଲୀ, ଉତ୍ତରପ୍ରଦେଶ,ବିହାର ସମେତ ଉତ୍ତରାଖଣ୍ଡ , ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ ଜାମ୍ମୁ- କାଶ୍ମୀରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।

ମିଳିଥିବା ସୂଚନା ଆନୁଯାୟୀ ନେପାଳର ଦୋଟି ଜିଲ୍ଲାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସୃଷ୍ଟି ହୋଇଥିଲା । ଯାହାର ତିବ୍ରତା ରିକ୍ଟରସ୍କେଲରେ ୬.୩ ମ୍ୟାଗ୍ନିଚ୍ୟୁଡ ରହିଥିଲା । ଏହି ଭୂକମ୍ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ତେବେ ଆହତମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଏହି ଭୂମିକମ୍ପ ଦିଲ୍ଲୀ ସମେତ ୬ ଟି ରାଜ୍ୟରେ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା। ନେପାଳ ସୀମାବର୍ତ୍ତୀ ଉତ୍ତରାଖଣ୍ଡର ପିଥୋରାଗଡ ଠାରୁ ୯୦ କିଲୋମିଟର ଦୂରରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (NCS) ଅବସ୍ଥିତ । ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ-ପୂର୍ବରେ ବୋଲି କୁହାଯାଉଛି । ତେବେ ସୂଚନା ଅନୁଯାୟୀ ବୁଧବାର ଦିନ ନେପାଳରେ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଭୂକମ୍ପ ହୋଇଛି। ଯାହାଫଳରେ ସେଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ମଧ୍ୟରେ ଅତି କମରେ ଜଣେ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି ବୋଲି ଅଧିକାରୀ କହିଛନ୍ତି ।

ସୂଚନାମୁତାବକ ମଙ୍ଗଳବାର ସକାଳେ ଦେଶରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିବା ଏନସିଏସ୍ ସୂଚନା ଦେଇଛି। ତାହାର ତଥ୍ୟ ଅନୁଯାୟୀ, ଶେଷ ଭୂକମ୍ପ କାଠମାଣ୍ଡୁ ଠାରୁ ୧୫୫ କିଲୋମିଟର ଦୂରରେ ଥିଲା। ଏହାପୂର୍ବରୁ ଅକ୍ଟୋବର ୧୯ ରେ ମଧ୍ୟ କାଠମାଣ୍ଡୁରେ ୫.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ତେବେ ଏନେଇ ସରକାର କୌଣସି ଦୃଢ ପଦକ୍ଷେପ ଗ୍ରହଣ ନ କରିଲେ ଭିଷ୍ୟତରେ ପରିବେଶ ନଷ୍ଟ ହେବ ଏଥିରେ କୈଣସି ସନ୍ଦେହ ନାହିଁ ।

Get real time updates directly on you device, subscribe now.