fbpx

ଶୀତଦିନେ ଦହି ଖାଉଛନ୍ତି କି?

ଧିରେ ଧିରେ ଶୀତ ଅନୁଭବ ହେବାରେ ଲାଗିଲାଣି । ଶୀତ ପଡ଼ୁଥିବାରୁ ଲୋକେ ଥଣ୍ଡା ଜାତୀୟ ଖାଦ୍ୟଠୁ ଦୂରେଇ ରହୁଛନ୍ତି । ଏମିତିକି ଶୀତଦିନେ ଦହି ଖାଇଲେ ଥଣ୍ଡା ହେବ ବୋଲି ଭାବି କିଛି ଲୋକେ ଦହି ବି ଖାଆନ୍ତି ନାହିଁ । ଆପଣଙ୍କର ଜାଣିବା କଥା ଶୀତଦିନେ ଦହି ଖାଇଲେ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ ।

ଦହିରେ କ୍ୟାଲସିୟମର ମାତ୍ରା ଭରପୂର ଥାଏ । ଫଳରେ ହାଡ଼ ମଧ୍ୟ ଶକ୍ତ ହୋଇଥାଏ । ଡାଇଟିଙ୍ଗ୍ କରୁଥିବା ଲୋକଙ୍କ ପାଇଁ ଦହି ଲାଭପ୍ରଦ । କାରଣ ଦହି ଖାଇଲେ ଭୋକ କମ୍ ଲାଗିବା ସହିତ ଓଜନ ବୃଦ୍ଧିକୁ ରୋକି ଥାଏ ।

କେଶ ଏବଂ ତ୍ୱଚା ପାଇଁ ମଧ୍ୟ ଦହି ଲାଭଦାୟୀ । ଦହି ଖାଇବା ଦ୍ୱାରା କେଶ ଏବଂ ତ୍ୱଚା ସୁସ୍ଥ ରହିଥାଏ । ଖାଇବା ସହିତ କେଶ ଓ ତ୍ୱଚାରେ ମଧ୍ୟ ଆପଣ ଦହି ଲଗାଇ ପାରିବେ ।

ଭିଟାମିନ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ପ୍ରୋଟିନରେ ଭରପୂର ଦହି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଦହି ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ମଜୁବତ ହୋଇଥାଏ । ଫଳରେ ଥଣ୍ଡା କାଶ ଭଳି ସମସ୍ୟା ଦୂର ହୋଇଥାଏ । ଶୀତଦିନରେ ଫ୍ରିଜରେ ଦହି ନରଖି ଖାଇବା ଦେହ ପାଇଁ ଭଲ ।

Get real time updates directly on you device, subscribe now.