କଥାରେ ଅଛି ଜୀବନରେ କିଛି ଅନୁଶାସନ ନ ରହିଲେ ବ୍ୟକ୍ତି ପଥଭ୍ରଷ୍ଟ ହୋଇଥାଏ । କିନ୍ତୁ ଅଜିକାଲି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦୈନନ୍ଦିନ ଜୀବନରେ କାର୍ଯ୍ୟବ୍ୟସ୍ତତା କାରଣରୁ ଲୋକମାନଙ୍କ ଖାଇବା ଓ ଶୋଇବା ସମୟ ଠିକ୍ ରହୁନି । ବିଶେଷଜ୍ଞଙ୍କ ମତରେ ଭୋଜନ ଗ୍ରହଣ କରିବାର ଏକ ନିଶ୍ଚିତ ସମୟ ରହିଛି । ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ବିଶେଷ କରି ବ୍ରେକ୍ଫାଷ୍ଟ ଓ ଡିନର ଠିକ୍ ସମୟରେ ନକଲେ ହାର୍ଟ ଷ୍ଟ୍ରୋକ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।
ରିପୋର୍ଟରୁ ପ୍ରକାଶ ଯେ ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ୧ ଲକ୍ଷ ଲୋକଙ୍କ ଉପରେ ୭ ବର୍ଷ ପାଇଁ ଏକ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରୁ ପ୍ରକାଶ ପାଇଥିଲା ଯେ ଯେଉଁ ଲୋକମାନେ ସକାଳେ ଶୀଘ୍ର ବ୍ରେକ୍ ଫାଷ୍ଟ ଓ ରାତିରେ ଡିନର୍ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ହୃଦ୍ରୋଗ ହେବାର ଆଶଙ୍କା କମ ରହିଛି । ନେଚର୍ସ କମ୍ୟନିକେସନ୍ ଜର୍ନାଲରେ ଏହା ପ୍ରକାଶିତ ହୋଇଥିଲା । ଅଧ୍ୟୟନରୁ ଜଣାପଡ଼ିଥିଲା ଯେ କେବଳ ୨ ହଜାର ଲୋକମାନେ ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକ୍ ଭଳି ହୃଦରୋଗର ଶିକାର ଥିଲେ । ବିଳମ୍ବରେ ବ୍ରେକ୍ଫାଷ୍ଟ କରିବା ହୃଦରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ । ପ୍ରତି ଘଣ୍ଟାର ବିଳମ୍ବ ସହ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ୬% ବୃଦ୍ଧି ପାଇଥାଏ । ଆମେ ଦିନକୁ କେତେଥର ଭୋଜନ କରୁଛୁ ତାହା ଜରୁରୀ ନୁହେଁ ବରଂ କେଉଁ ସମୟରେ ଭୋଜନ କରୁଛୁ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ ।
ରାତ୍ରୀ ଭୋଜନ: ଅଧ୍ୟୟନରୁ ପ୍ରକାଶ ଯେ ରାତ୍ରୀ ଭୋଜନ ସବୁବେଳେ ୯ଟା ପୂର୍ବରୁ ଶେଷ କରିବା କଥା । ରାତି ୯ଟା ପରେ ଭୋଜନ କରିବା ଦ୍ୱାରା Transient Ischemic Attack ହେବାର ୨୮% ଆଶଙ୍କା ବୃଦ୍ଧି ପାଇଥାଏ । ବିଳମ୍ବରେ ରାତ୍ରୀ ଭୋଜନ କରିବା ଦ୍ୱାରା ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଏହା ସହ ରକ୍ତ ଶର୍କରା ଏବଂ ରକ୍ତଚାପ ବୃଦ୍ଧି ପାଇଥାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ୮୦% ବୃଦ୍ଧି ପାଇଥାଏ । ସେହିପରି କେବଳ ୧୧% ପୁରୁଷଙ୍କୁ ହୃଦରୋଗ ହୋଇଥାଏ ।
ରାତିରେ ଉପାସ ରହିବା: ରାତିରେ ଉପାସ ରହିବା କେତେକାଂଶରେ ଲାଭଦାୟକ ହୋଇଥାଏ ବୋଲି ଅଧ୍ୟୟନରୁ ପ୍ରକାଶ । ଏହା ଦ୍ୱାରା ପ୍ରତ୍ୟେକ ଅତିରିକ୍ତ ୧ ଘଣ୍ଟା, ଷ୍ଟ୍ରୋକ୍ ହେବା ଆଶଙ୍କାକୁ ୭% କମ କରିଥାଏ ।