ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରିତ ସିଂଙ୍କୁ ସମନ କଲା ଇଡି

ନୂଆଦିଲ୍ଲୀ: ଟଲିଉଡ୍‌ରେ ଡ୍ରଗ୍ସ ତଥା ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ରକୁଲ ପ୍ରୀତଙ୍କୁ ଏହି ମାମଲାରେ ୧୯ ଡିସେମ୍ବରରେ ଜେରା କରିବ ଏଜେନ୍ସି। ଗତ ଚାରି ବର୍ଷ ଧରି ଇଡି ଏହି ମାମଲାରେ ତଦନ୍ତ କରୁଥିବା ବେଳେ ପୁର୍ବରୁ ଅନେକ ତେଲୁଗୁ ଅଭିନେତା ମାନଙ୍କୁ ମଧ୍ୟ ପଚରାଉଚରା କରି ସାରିଛି । ପୁର୍ବରୁ ସେପ୍ଟେମ୍ବର ୩ ୨୦୨୧ରେ ଇଡି ରକୁଲଙ୍କୁ ପଚରାଉଚରା କରି ସାରିଥିଲା ।

ଜୁଲାଇ ୨୦୧୭ ରେ ଏହି ଡ୍ରଗ୍ସ ମାମଲା ହେଡଲାଇନରେ ଆସିଥିଲା, ଯେତେବେଳେ କଷ୍ଟମ ଅଧିକାରୀମାନେ ସଂଗୀତଜ୍ଞ କଲଭିନ ମାସ୍କେରେହାସ ଏବଂ ଅନ୍ୟ ଦୁଇଜଣଙ୍କ ଠାରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ ଜବତ କରିଥିଲେ। ଟଲିଉଡର ସେଲିବ୍ରିଟି ରବି ତେଜା, ଚର୍ମୀ କୌର, ନବଦୀପ, ମୁମାଇଥ ଖାନ, ତନିଶ, ନନ୍ଦୁ, ତରୁଣ ଏବଂ ବାହୁବଲୀ ଖ୍ୟାତି ରାଣା ଦଗଗୁବତୀଙ୍କୁ ପୂର୍ବରୁ ଇଡି ଡକାଇଥିଲା ପଚାର ଉଚରା କରିଛି।

ଏହି ମାମଲା ସମ୍ପର୍କରେ ଜଣେ ଇଡି ଅଧିକାରୀ ପୂର୍ବରୁ ଟାଇମ୍ସ ଅଫ ଇଣ୍ଡିଆକୁ କହିଥିଲେ, ‘ତେଲେଙ୍ଗାନା ଏକ୍ସାଇଜ୍ ବିଭାଗ ଦ୍ୱାରା ପ୍ରାୟ ୧୨ ଟି ମାମଲା ରୁଜୁ କରାଯାଇଥିଲା ଏବଂ ୧୧ ଟି ଚାର୍ଜ ସିଟ୍ ଦାଖଲ କରାଯାଇଥିଲା। ପ୍ରାୟତ ଆଠ ଜଣ ଡ୍ରଗ୍ ବେପାରୀଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିମ୍ନ ସ୍ତରର ଡ୍ରଗ୍ ବେପାରୀ। ତେବେ ଆମେ ସାକ୍ଷୀ ଭାବରେ ଏକ୍ସାଇଜ୍ ଅଧିକାରୀଙ୍କୁ ଡାକିଥିଲୁ। ସେହିଭଳି, ଯେପର୍ଯ୍ୟନ୍ତ ଆମେ ପ୍ରମାଣ ନ ପାଇବା ପର୍ଯ୍ୟନ୍ତ ଟଲିଉଡର ସେଲିବ୍ରିଟିମାନେ ସାକ୍ଷୀ ଭାବରେ ବିବେଚିତ ହେବେ ବୋଲି ସେ କହିଛନ୍ତି।