fbpx

ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଉପରେ ଆକ୍ସନ: ୭ କୋଟିର ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଉପରେ ବଡ଼ ଆକ୍ସନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଅଭିନେତ୍ରୀଙ୍କ ଜ୍ୟାକଲିନଙ୍କ ସମ୍ପତ୍ତି ଜବତ କରିଛି ଇଡି । ଇଡି ୭.୨୭ କୋଟି ଟଙ୍କାର ଫିକ୍ସ ଡିପୋଜିଟ ଜବତ କରିଛି । ଜୋର ଜବରଦସ୍ତ ଟଙ୍କା ଅସୁଲ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି । ଜବତ ହୋଇଥିବା ଟଙ୍କା ଓ ଉପହାର ସୁକେଶ ଚନ୍ଦ୍ରଶେଖର ଦେଖଥିବା ଜଣାପଡିଛି ।

ତେବେ ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନାଁ ଚର୍ଚ୍ଚାର ପରିସରକୁ ଆସିଥିଲା । କୁହଯାଉଛି ଯେ, ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପନ୍ଧ ଥିଲା । କିନ୍ତୁ ଜ୍ୟାକଲିନଙ୍କ ତରଫରୁ ସବୁ କଥାକୁ ଖଣ୍ଡନ କରାଯାଇଛି । ତେବେ ୨୦୦ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଚନ୍ଦ୍ରଶେଖର । ଏହି ଠକେଇ ମାମଲାକୁ ନେଇ ଜ୍ୟାକଲିନଙ୍କୁ ଅନେକ ଥର ପ୍ରବର୍ତ୍ତନ ମନ୍ତ୍ରାଳୟ ପଚରାଉଚରା କରୁଛି ।

ଅନ୍ୟପଟେ ଦୁର୍ନୀତି ମାମଲାରେ ଜେଲରେ ରହିଥିବା କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଏବଂ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଏକ ଫଟୋ ଖୁବ୍ ଭାଇରାଲ ହୋଇଥିଲା । ପୂର୍ବରୁ ମଧ୍ୟ ଉଭୟ ପରସ୍ପରକୁ କିସ କରୁଥିବାର ଦେଖିବାକୁ ମିଳିଥିବା ବେଳେ ସେହି ଫଟୋରେ ଜ୍ୟାକଲିନଙ୍କ ବେକରେ ଲଭ ବାଇଟର ଚିହ୍ନ ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଏହି ଫଟୋରେ ସୁକେଶ ଜ୍ୟାକଲିନଙ୍କ ନାକକୁ କିସ୍ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଫଟୋଟି ନିଆଁ ଭଳି ଭାଇରାଲ୍ ହେବା ପରେ ୟୁଜର୍ ମାନେ ନାନା ପ୍ରକାର କମେଣ୍ଟ୍ କରିଥିଲେ ।

 

Get real time updates directly on you device, subscribe now.