fbpx

‘ଏଡୁସେଫ୍’ ରୋକିବ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ାର ଗୋପନୀୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଶୃତିଷା ନାୟକଙ୍କ ନୂତନ ଆଇଟି କମ୍ପାନୀ “ଫ୍ୟାକ୍ଟସିସ୍ ଟେକ୍ନୋଲୋଜି ପ୍ରା. ଲିଃ’ ଉଦଘାଟିତ ହୋଇଯାଇଛି । ଇନ୍ଫୋସିଟି ରୋଡରେ ଆରମ୍ଭ ହୋଇଥିବା ଏହି କମ୍ପାନୀ ସାଇବର ସିକ୍ୟୁରିଟି, ଅଡିଟ୍ ସର୍ଭିସେସ୍, ଆଇଟି ସର୍ଭିସେସ୍ ଉପରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ । ଦିନକୁ ଦିନ ରାଜ୍ୟରେ ସାଇବର ହ୍ୟାକରଙ୍କ ଦୌରାତ୍ମ୍ୟ ବଢୁଥିବା ବେଳେ କମ୍ପାନୀ ସାଇବର ସିକ୍ୟୁରିଟି ଉପରେ ଅଧିକ ଗୁରୁତ୍ୱ ଦେବ । ଗ୍ଲୋବାଲ ଗ୍ରୁପ୍ ଭିତରେ ଆସୁଥିବା ଅନ୍ୟ ସମସ୍ତ କମ୍ପାନୀଗୁଡ଼ିକ ସହିତ ଫ୍ୟାକ୍ଟସିସ୍ ଅଭିନବ ପ୍ରଡକ୍ଟ ଉପରେ କାମ କରିବ । ଏହି ଅବସରରେ “ଏଡୁସେଫ୍’ ପ୍ରଡକ୍ଟର ଲଚିଂ କରାଯାଇଥିଲା । ଏହା ବିଶେଷ କରି ଅନଲାଇନ୍ ମାଧ୍ୟମରେ ଯେଉଁ ଶିକ୍ଷା ପ୍ରଦାନ କରାଯାଉଛି ତାହା ପାଇଁ ଭିଡିଓ ଏନକ୍ରିପସନ୍ ସଫ୍ଟୱେର ଭାବେ ବ୍ୟବହାର କରାଯାଇପାରିବ ଯେଉଁଥିରେ କି ଭିଡିଓ ଗୋପନୀୟତା ରହିବ । ଯଦି କିଏ ଏହାକୁ ଅପବ୍ୟବହାର କରି ରେକର୍ଡିଂ କରିବାକୁ ଚେଷ୍ଟା କରିବ ଏହା ସଫ୍ଟୱେର ଦ୍ୱାରା ଚିହ୍ନଟ ହୋଇପାରିବ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର ଚେୟାରମ୍ୟାନ ତଥା ଓଡ଼ିଶାର ସୁନାମଧନ୍ୟ ଉଦ୍ୟୋଗପତି କରୁଣାକର ନାୟକ, ଅନ୍ୟତମ ନିର୍ଦ୍ଦେଶକ ତଥା ଉଦ୍ୟୋଗପତି ଦୀପକ କୁମାର ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସହିତ କାର୍ଯ୍ୟ କରିବାର ଦକ୍ଷତା କମ୍ପାନୀର ରହିଛି ଏବଂ ଆଗକୁ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି କମ୍ପାନୀର ଅଧିକାରୀ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.