fbpx

ସମାଜବାଦୀ ପାର୍ଟିର ନିର୍ବାଚନୀ ପ୍ରସ୍ତୁତି, ପ୍ରଚାର ସମୟରେ ଡିମ୍ପଲ ଯାଦବଙ୍କ ସହ ନଜର ଆସିଲେ ଝିଅ ଅଦିତି

Advertisement

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନୀ ପଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଦଳବଦଳ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟପଟେ ନୂତନ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯଉଛି । ଏଥି ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ନିର୍ବାଚନୀ ପ୍ରଚାର ପାଇଁ ଜୋରସୋର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ନିର୍ବାଚନୀ ପ୍ରଚାରରେ ତାଙ୍କ ଝିଅ ଅଦିତି ଯାଦବ ନଜର ଆସିଥିଲେ । ସମାଜବାଦୀ ପାର୍ଟି ଡିମ୍ପଲ ଯାଦବଙ୍କୁ ମେନପୁରୀ ଲୋକସଭା ଆସନ ପାଇଁ ଟିକେଟ ଦେଇଛି ।

୧୯୯୬ରୁ ଉତ୍ତରପ୍ରଦେଶର ମେନପୁରୀ ଆସନ ସମାଜବାଦୀ ପାର୍ଟିର ଗଡ଼ ରହି ଆସିଛି । ମୁଲାୟମ ସିଂହଙ୍କ ନିଧନ ପରେ ଡିମ୍ପଲ ଏହି ଅସନରୁ ଉପନିର୍ବାଚନ ଜିତିଥିଲେ ଏବଂ ମେନପୁରୀର ବର୍ତ୍ତମାନର ସାଂସଦ ଅଛନ୍ତି । ତେଣୁ ଡିମ୍ପଲଙ୍କ ଉପରେ ବିଶ୍ୱାସ କରି ୨ୟ ଥର ପାଇଁ ଦଳ ପକ୍ଷରୁ ମେନପୁରୀ ଆସନ ପାଇଁ ଟିକେଟ ଦିଆଯାଇଛି । ବର୍ତ୍ତମାନ ଡିମ୍ପଲଙ୍କ ଉପରେ ମୁଲାୟମ ସିଂହ ଯାଦବଙ୍କ ବିରାସତଙ୍କୁ ସଂରକ୍ଷଣ କରିବାର ଦାୟିତ୍ୱ ରହିଛି । ସେ ମୁଲାୟମ ସିଂହଙ୍କୁ ‘ଦାଦା’ ନାମରେ ସମ୍ବୋଧିତ କରୁଥିଲେ । କହିରଖୁଛୁ ସମାଜବାଦୀ ପାର୍ଟିର ପ୍ରାର୍ଥୀମାନେ ଏହି ଆସନରୁ କ୍ରମାଗତ ଭାବେ ଜିତି ଆସିଛନ୍ତି । ତେଜ୍ ପ୍ରତାପ ଏବଂ ଧର୍ମେନ୍ଦ୍ର ଯାଦବ ଏହି ଆସନରୁ ସାଂସଦ ହୋଇଥିଲେ ।

 

Get real time updates directly on you device, subscribe now.