fbpx

ପାକିସ୍ତାନ GDP ଠାରୁ ଧନୀ ଏଲନ୍ ମସ୍କ; ଦିନକରେ ସମ୍ପତ୍ତି ୩୬ ମିଲିୟନ ଡଲାର ବଢିଲା

ନୂଆଦିଲ୍ଲୀ: ଆମେରିକୀୟ ଶିଳ୍ପପତି ତଥା ଟେସଲାର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତି ୩୦୦ ମିଲିୟନ୍ ଡଲାର ଛୁଇଁବାକୁ ଯାଉଛି । ଏଲନ ମସ୍କଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୨୯୨ ମିଲିୟନ ଡଲାର ରହିଥିବା ବେଳେ ସମ୍ପତ୍ତି ପରିମାଣରେ ପାକିସ୍ତାନକୁ ଅତିକ୍ରମ କରିଛନ୍ତି ମସ୍କ । ଏହା ସହିତ ଜଣେ ବ୍ୟକ୍ତି ଭାବରେ ମସ୍କଙ୍କ ସମ୍ପତ୍ତି ପାକିସ୍ତାନର ଘରୋଇ ଅଭିବୃଦ୍ଧି ହାରଠାରୁ ଅଧିକ ରହିଛି ।
୨୦୨୦-୨୧ରେ ପାକିସ୍ତାନର ଜିଡିପି ୨୮୦ ମିଲିୟନ ଡଲାର ରହିଛି । ୨୫ ଅକ୍ଟୋବରରେ ମସ୍କଙ୍କ ସମୁଦାୟ ସମ୍ପତ୍ତିର ପରିମାଣରେ ୩୬ ମିଲିୟନ ଡଲାରର ଅଭିବୃଦ୍ଧି ଘଟିଥିଲା । ଆମେରିକୀୟ ରେଣ୍ଟାଲ କାର କମ୍ପାନୀ ହର୍ଟଜ ଗ୍ଲୋବାଲ ପକ୍ଷରୁ ୧ ଲକ୍ଷ ଟେସଲା କାର ଅର୍ଡର କରାଯାଇଥିଲା । ମାତ୍ର ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ କାର ଅର୍ଡର ହେବା ପରେ ମସ୍କଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଥିଲା ।ଏହା ସହିତ ବିଶ୍ୱରୁ ଧନୀକ ବ୍ୟକ୍ତିଙ୍କ ତାଲିକାରେ ଜେଫ୍ ବେଜୋସଙ୍କୁ ପଛରେ ପକାଇଥିଲେ ଏଲନ ମସ୍କ ।

Get real time updates directly on you device, subscribe now.