ESICରେ ଚାକିରି କରିବାର ବମ୍ଫର ଅଫର୍, ଦରମା ମାସକୁ ଲକ୍ଷେ

ଶୀଘ୍ର କରନ୍ତୁ ଆବେଦନ । ଜାଣନ୍ତୁ କେମିତି କରିବେ ଅନ୍ ଲାଇନ୍ ଆପ୍ଲାଏ ।

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି)ରେ ଚାକିରି ପାଇଁ ବଡ଼ ସୁଯୋଗ ଆସିଛି ।

ଗ୍ରେଡ୍୨ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପାଖାପଖି ୫୫୮ ପଦରେ ନିଯୁକ୍ତି ଦିଆଯିବ । ଏ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏପ୍ରିଲ ୨୬ ତାରିଖ ଆବେଦନର ଶେଷ ତାରିଖ ।

କିଛି ସ୍ୱତନ୍ତ୍ର ରାଜ୍ୟ ପାଇଁ ଆବେଦନ ପଠାଇବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ସ୍ପେସାଲିଷ୍ଟ ଗ୍ରେଡ୍-୨ (ସିନିୟର) ପଦ ପାଇଁ ୧୫୫ ପଦ ଖାଲିଥିବାବେଳେ ଜୁନିୟର ପଦ ପାଇଁ ୪୦୩ ପଦବୀରେ ନିଯୁକ୍ତି ମିଳିବ ।

ଆବେଦନକାରୀଙ୍କ ବୟସ ୪୫ ବର୍ଷରୁ ଅଧିକ ନ ହେବା ଆବଶ୍ୟକ । ଏହାଛଡ଼ା ସେମାନଙ୍କ ପାଖରେ ଏମଡି, ଏମଏସ, ଏମସିଏଚ, ଡିଏମ, ଡିଏ ଭଳି ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ରହିବା ଜରୁରୀ ।

ଲେବୁଲ ୧୨ ଅନ୍ତର୍ଗତ ଚାକିରିରେ ପ୍ରାରମ୍ଭିକ ବେତନ ୭୮,୮୦୦ ରହିବ । ଏହାବ୍ୟତୀତ ଟିଏ, ଡିଏର ସୁବିଧା ମଧ୍ୟ ରହିଛି । ଆବେଦନକାରୀଙ୍କୁ ୫୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ମଧ୍ୟ ଦାଖଲ କରିବାକୁ ପଡ଼ିବ । ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅଫଲାଇନ ଭାବେ କରାଯିବ ।