fbpx

‘ଭାରତରେ EVM ଏକ ବ୍ଲାକବକ୍ସ, କାହାକୁ ବି ଏହାର ଯାଞ୍ଚର ଅନୁମତି ନାହିଁ’, କାହିଁକି ଏପରି କହିଲେ ରାହୁଲ

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ବିରୋଧୀ ଇଭିଏମ୍ ପ୍ରସଙ୍ଗ ନେଇ ସରକାରଙ୍କୁ ଜୋରଦାର ଘେରିଥିଲେ । କିନ୍ତୁ ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ଏହି ପ୍ରସଙ୍ଗ ଯେପରି ଗାଏବ ହୋଇଯାଇଥିଲା । କିନ୍ତୁ ମଝିରେ ମଝିରେ ନେତା ଏହା ଉପରେ କିନ୍ତୁ ପ୍ରଶ୍ନ ଉଠାଉଥିଲେ । ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇଭିଏମ୍‌କୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ।

ରାହୁଲ ବିଶ୍ୱର ସବୁଠାରୁ ଧନୀ ବିଜନେସମ୍ୟାନ୍ ଏଲନ୍ ମସ୍କଙ୍କ ଟୁଇଟର ପୋଷ୍ଟକୁ ରିପୋଷ୍ଟ କରି କହିଛନ୍ତି, ଭାରତରେ ଇଭିଏମ୍ ଏକ ବ୍ଲାକ ବକ୍ସ ଓ କାହାକୁ ବି ଏହାର ଯାଞ୍ଚ କରିବାକୁ ଅନୁମତି ନାହିଁ । ଆମ ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରାଯାଉଛି । ଯେତେବେଳେ ବିଭିନ୍ନ ସଂସ୍ଥାରେ ଉତ୍ତରଦାୟିତ୍ୱ କମ୍ ହୋଇଯାଏ ସେତେବେଳେ ଗଣତନ୍ତ୍ର ଏକ ଲୋକଦେଖାଣିଆ ବ୍ୟବସ୍ଥା ପାଲଟିଯାଏ ଓ ଧୋକାଦାରୀ ବଢିଯାଏ ।

ରାହୁଲ ଗାନ୍ଧୀ ନିଜ ପୋଷ୍ଟରେ ମୁମ୍ବାଇ ଘଟଣାର ଉଦାହରଣ ଦେଇଛନ୍ତି । ଏହି ମାମଲାରେ ମୁମ୍ବାଇ ପୋଲିସ ଇଭିଏମ୍‌କୁ ନେଇ ଶିବସେନା ସିନ୍ଦେ ଗୋଷ୍ଠୀର ସାଂସଦ ରବିନ୍ଦ୍ର ବାୟକରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ବିରୁଦ୍ଧରେ କେସ୍ ରୁଜୁ କରିଛି । ମଙ୍ଗେଶ ପାଣ୍ଡିଲକରଙ୍କ ଉପରେ ଅଭିଯୋଗ ହୋଇଛି କି ସେ ମୁମ୍ବାଇର ଗୋରେଗାଓଁ ନିର୍ବାଚନ କେନ୍ଦ୍ର ମଧ୍ୟରେ ପ୍ରତିବନ୍ଧ ସତ୍ତ୍ୱେ ମୋବାଇଲ୍‌ର ବ୍ୟବହାର କରିଛନ୍ତି । ମୁମ୍ବାଇ ଉତ୍ତର ପଶ୍ଚିମ ସିଟ୍‌ରୁ ଶିବସେନା(ଏକନାଥ ସିନ୍ଦେ ଗୋଷ୍ଠୀ)ର ରବୀନ୍ଦ୍ର ୱାୟିକର ମାତ୍ର ୪୮ ଭୋଟ୍‌ରେ ବିଜୟ ହାସଲ କରିଥିଲେ ଯାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା ।

ଏଲନ୍ ମସ୍କ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇଭିଏମ୍‌ରେ ନ କରାଇବାକୁ ପରାମର୍ଶ ଦେଇଛନ୍ତି । ସେ ଏକ୍ସରେ ଲେଖିଥିବା ପୋଷ୍ଟରେ କହିଛନ୍ତି, ଇଭିଏମ୍‌କୁ ନଷ୍ଟ କରିଦେବା ଉଚିତ । କାରଣ ଏହାକୁ ମଣିଷ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରାଯିବାର ବିପଦ ରହିଛି ।

Get real time updates directly on you device, subscribe now.