ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ପତ୍ନୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି, ଆଉ ୨ ଜଣ ପ୍ରାର୍ଥୀଙ୍କ ନାମ ମଧ୍ୟ ସାମିଲ
ନୂଆଦିଲ୍ଲୀ: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଆଜି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ । ଏଥିମଧ୍ୟରେ ୩ ଜଣ ଚର୍ଚ୍ଚିତ ଚେହେରା ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିଥିବା ବେଳେ ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ପତ୍ନୀ ସ୍ୱୀକୃତି ଶର୍ମାଙ୍କ ନାଁ ମଧ୍ୟ ତାଲିକାରେ ସାମିଲ ଅଛି । ଅନ୍ଧେରୀ ଇଷ୍ଟ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସ୍ୱୀକୃତି ଶର୍ମା ନିଜ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ।
ଶିବସେନାର ପ୍ରାର୍ଥୀ ମୁରଜୀ ପଟେଲଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲେ ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ପତ୍ନୀ ସ୍ୱୀକୃତି ଶର୍ମା । ତେବେ ସେ ନାଁ ପ୍ରତ୍ୟାହାର କରିବାର କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସିନାହିଁ । ସେହିପରି ବୋରିୱଲୀ ଆସନୁର ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଲଢ଼ୁଥିବା ଗୋପାଲ ସେଟ୍ଟି ମଧ୍ୟ ତାଙ୍କ ନାଁ ପ୍ରତ୍ୟାହାର କରିଛନ୍ତି । ବର୍ତ୍ତମାନ ସେ ବିଜେପି ପ୍ରାର୍ଥୀଙ୍କ ସମର୍ଥନ କରିବେ । ଅପରପକ୍ଷରେ ନାମାଙ୍କନ ପ୍ରତ୍ୟାହାର କରିଥିବା ତୃତୀୟ ପ୍ରାର୍ଥୀ ହେଉଛନ୍ତି ମରାଠା ଆନ୍ଦୋଳନର ପ୍ରମୁଖ ଚେହେରା ହେଉଛି ମନୋଜ ଜରାଙ୍ଗେ ପାଟିଲ । ସେ କହିଛନ୍ତି କି ଏହି ନିର୍ବାଚନରେ ସେ କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କ ସମର୍ଥନ କରିନାହାଁନ୍ତି । ଏହା ସହ ନିଜ ସମର୍ଥକଙ୍କୁ ମଧ୍ୟ ନାଁ ପ୍ରତ୍ୟାହାର କରିବା ପାଇଁ କହିଥିଲେ ।