fbpx

ବଦଳିଲା DL ନିୟମ, ଏଣିକି RTO ଛଡ଼ା ଏହିସବୁ ସ୍ଥାନରେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ)କୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଣିକି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଆଉ ପରିବହନ ବିଭାଗର ଦପ୍ତରରେ ଚକ୍କର କାଟିବାକୁ ପଡ଼ିବ ନାହିଁ । ଏବେ କାର ନିର୍ମାତା କମ୍ପାନୀ, ଆଟୋ ମୋବାଇଲ ଆସୋସିଏସନ ଓ ଏନଜିଓକୁ ମଧ୍ୟ ଡିଏଲ ଟ୍ରେନିଂ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି କମ୍ପାନୀଗୁଡ଼ିକ ଡ୍ରାଇଭିଂ ଟେଷ୍ଟ ପାସ କରିସାରିଥିବା ଲୋକଙ୍କୁ ଡିଏଲ ପ୍ରଦାନ କରିପାରିବେ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଡିଏଲ ସମ୍ବନ୍ଧୀୟ ନିୟମ ସମୟାନୁସାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିବର୍ତ୍ତନ ହୋଇଥାଏ । ନିକଟରେ ୟୁପି, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ଦିଲ୍ଲୀ-ଏନସିଆର, ଝାରଖଣ୍ଡ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲର୍ଣ୍ଣିଂ ଲାଇସେନ୍ସ ଓ ଗାଡ଼ି ପଞ୍ଜୀକରଣ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । କରୋନା ପରେ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫିସ୍ ଜମା କରିବାର ପଦ୍ଧତି ବଦଳିଛି । ନୂଆ ନିୟମ ଅନୁଯାୟୀ, ଏବେ ସ୍ଲଟ ବୁକ ହେବା ପରେ ପରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅର୍ଥ ଜମା କରିବାକୁ ପଡ଼ୁଛି । ଫିସ୍ ଜମା କରିବା ପରେ ଯାଞ୍ଚ ପରୀକ୍ଷା ପାଇଁ ତାରିଖ ନିଜ ସୁବିଧା ଅନୁସାରେ ଉପଲବ୍ଧ ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.