ରାଉରକେଲା: ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨ ସିଆରପିଏଫ ଯବାନ । ଜଣେ ଯବାନଙ୍କୁ ଚିକିତ୍ସା ପାଇଁ ଆଣୁଥିୀବା ସମୟରେ ଏହି ବିସ୍ଫୋରଣର ହୋଇଥିଲା । ତେବେ ଏହି ବିସ୍ଫୋରଣଟି ଏକ ବ୍ରିଜ୍ ନିକଟରେ ହୋଇଥିବା ସୂଚନା ମିଳିଛି । ଖବର ମିଳିବା ପରେ ପୋଲିସ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।
ଅନ୍ୟପଟେ ଆଜି ମାଲକାନଗିରିରେ ଟପ୍ ମାଓ ନେତା ହିଡମାର ବଙ୍କର ଠାବ କରାଯାଇଛି । ଛତିଶଗଡ଼ ବିଜାପୁର-ସୁକୁମା ଘଞ୍ଚ ଜଙ୍ଗଲରୁ ସେମାନଙ୍କୁ ଠାବ କରାଯାଇଛି । ଆତ୍ମଗୋପନ ପାଇଁ ଏହାକୁ ବ୍ୟବହାର କରୁଥିବା ସୂଚନା ମିଳିଛି । ଗୁଇନ୍ଦା ସୂଚନା ଆଧାରରେ ସେହି ବଙ୍କରଟିକୁ ଯବାନମାନେ ନଷ୍ଟ କରିଦେଇଛନ୍ତି ।