fbpx

ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚୀ ହଟାଇଲା ମଙ୍ଗଳସୂତ୍ର ବିଜ୍ଞାପନ, ଲୋକଙ୍କ ଭାବନାକୁ ଆହତ କରିଥିବାରୁ ମାଗିଲେ କ୍ଷମା

ମୁମ୍ବାଇ: ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀ ନିଜର ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି । ନିଜର ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ବିବାଦ ବଢ଼ିବାରେ ଲାଗିଥିବା ବେଳେ ସେ ଏହାକୁ ହଟାଇ ଦେଇଛନ୍ତି । ବିଜ୍ଞାପନକୁ ହଟାଇବା ସହିତ ସେ ଏନେଇ କ୍ଷମା ମାଗିଛନ୍ତି । କାରଣ ଏହି ବିଜ୍ଞାପନ ଯୋଗୁଁ ଲୋକଙ୍କ ସାଂସ୍କୃତିକ ଭାବନାକୁ ଆହତ କରିଛି । ସବ୍ୟସାଚୀ ନିଜର ବୟାନ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କ ଚେତାବନୀ ପରେ ଦେଇଛନ୍ତି । ଗୃହମନ୍ତ୍ରୀ ନରୋତ୍ତମ ବିଜ୍ଞାପନ ହଟାଇବାକୁ ୨୪ ଘଣ୍ଟାର ମହଲତ ଦେବା ସହିତ ଗିରଫ କରାଇବା ନେଇ ମଧ୍ୟ ଧମକ ଦେଇଥିଲେ ।

ସବ୍ୟସାଚୀ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବୟାନ ଜାରି କରି କହିଛନ୍ତି ଯେ, “ଐତିହ୍ୟ ଏବଂ ସଂସ୍କୃତିକୁ ଏକ ଗତିଶୀଳ ବାର୍ତ୍ତା ପରିପ୍ରେକ୍ଷୀରେ ମଙ୍ଗଲସୁତ୍ର ଅଭିଯାନ ଅନ୍ତର୍ଭୂକ୍ତ । ଏହି ଅଭିଯାନ ଏକ ଉତ୍ସବ ଭାବରେ ଉଦ୍ଦିଷ୍ଟ ଥିଲା ଏବଂ ଏହା ଆମ ସମାଜର ଏକ ଜାତିକୁ ଆଘାତ ଦେଇଥିବାରୁ ମୁଁ ଗଭୀର ଭାବରେ ଦୁଃଖିତ ଜ୍ଝ ସେଥିପାଇଁ ଆମେ ଏହି ଅଭିଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ “।

ସବ୍ୟସାଚୀ ନିକଟରେ ଏକ ମଙ୍ଗଳସୁତ୍ର କଲେକ୍ସନ୍ କାରଣରୁ ବିବାଦ ଘେରକୁ ଆସିଥିଲେ । ଲୋକମାନେ ତାଙ୍କୁ ଖୁବ୍ ଜୋରରେ ଟ୍ରୋଲ କରିବା ଆରମ୍ଭ କରିଥିଲେ । ବିଜ୍ଞାପନରେ ମଙ୍ଗଳସୂତ୍ର ସେ ଯେଉଁ ଭଳି ଭାବରେ ଦର୍ଶାଇଥିଲେ, ତାକୁ ନେଇ ବିବାଦ ଦେଖାଦେଇଥିଲା । କାରଣ ବିଜ୍ଞାପନରେ ମଡେଲ୍ ଡେନିମ୍ ଓ ବ୍ରା ପିନ୍ଧି ଫଟୋ ସେସନ୍ କରାଇଥିଲେ । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ ହୋଇଥିଲା ।

ତେବେ ମଙ୍ଗଳସୂତ୍ରକୁ ହିନ୍ଦୁ ସଂସ୍କୃତିରେ ଏକ ପବିତ୍ର ଅଳଙ୍କାର ଭାବରେ ଧରାଯାଇଥାଏ । ବିବାହ ପରେ ଏହାକୁ ମହିଳା ମାନେ ପରିଧାନ କରିଥାନ୍ତି । ବିବାହ ସମୟରେ ବର, କନ୍ୟାକୁ ମଙ୍ଗଳସୂତ୍ର ପିନ୍ଧାଇ ଜୀବନସାଥୀ କରିଥାଏ । ତେଣୁ ଏହାକୁ ସାଂସ୍କୃତିକ ଅଳଙ୍କାର ବୋଲି କୁହାଯାଇଥାଏ । ହେଲେ ସବ୍ୟସାଚୀ ଯେଉଁଭଳି ଭାବରେ ମଙ୍ଗଳସୂତ୍ରର ବିଜ୍ଞାପନ କରାଇଛନ୍ତି ତାକୁ ନେଇ ବିବାଦ ଦେଖା ଦେଇଥିଲା ।

Get real time updates directly on you device, subscribe now.