fbpx

ଫିଲ୍ମ ପ୍ରଯୋଜକ କୁଲଜୀତ ପଲଙ୍କ ପରଲୋକ

ନୂଆଦିଲ୍ଲୀ: ସିନେ ଜଗତରୁ ଆସିଛି ଏକ ଦୁଃଖଦ ଖବର । ଜଣାଶୁଣା ଫିଲ୍ମ ନିର୍ମାତା କୁଲଜୀତ ପଲ ଆଉ ନାହାନ୍ତି । ମୃତ୍ୟୁବେଳକୁ କୁଲଜୀତଙ୍କୁ ୯୦ ବର୍ଷ ହୋଇଥିଲା । ସେ ହାର୍ଟ ଆଟାକ କାରଣରୁ ମୃତ୍ୟୁବରଣ କରିଛନ୍ତି । ଖରାପ ସ୍ୱାସ୍ଥ୍ୟ ଜନିତ କାରଣରୁ ସେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ରହିଥିଲେ । ଗତ କିଛିଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଶେଷରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିବା ନେଇ ପ୍ରଯୋଜକଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି ।

କୁଲଜୀତ ପରମାତ୍ମା (୧୯୭୮), ଦୋ ଶିକାରୀ (୧୯୭୯), ଆର୍ଥ (୧୯୮୨), ଆଜ (୧୯୮୭), ଆଶିୟାନା (୧୯୮୬) ପରି ଏକାଧିକ ଫିଲ୍ମ ମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ବିଶିଷ୍ଟ ବଲିଉଡ୍ ଅଭିନେତ୍ରୀ ରେଖାଙ୍କ ପ୍ରତିଭାଙ୍କୁ କୁଲଜିତ ସର୍ବପ୍ରଥମେ ସର୍ବସମ୍ମୁଖରେ ଆଣିଥିଲେ । ରେଖାଙ୍କୁ କୁଲଜିତ ପ୍ରଥମ ବ୍ୟକ୍ତି ଭାବେ ହିନ୍ଦି ଫିଲ୍ମରେ ବ୍ରେକ୍ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଉକ୍ତ ଫିଲ୍ମଟି ଅଧାରୁ ବନ୍ଦ ହୋଇଯାଇଥିଲା ।

କୁଲଜୀତଙ୍କ ପରି ଜଣେ ବରିଷ୍ଠ ଫିଲ୍ମ ନିର୍ମାତାଙ୍କ ବିୟୋଗରେ ବଲିଉଡ ଫିଲ୍ମ ସହ ଜଡ଼ିତ ବହୁ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିଛନ୍ତି । ପର୍ଥ ଫିଲ୍ମ କୁଲଜୀତଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିବା ବେଳେ ସେଥିରେ ନିର୍ଦ୍ଦେଶକ ଥିଲେ ମହେଶ ଭଟ୍ଟ । ନିକଟରେ ଏକ ସାକ୍ଷାତକାର ଅବସରରେ ଶ୍ରୀ ଭଟ୍ଟ କୁଲଜୀତଙ୍କୁ ମନେପକାଇଥିଲେ । କୁଲଜୀତ ଜଣେ ସାହସୀ ପ୍ରଯୋଜକ ଥିଲେ ବୋଲି ମହେଶ କହିଥିଲେ । ମୁମ୍ବାଇର ସାନ୍ତାକ୍ରୁଜ ଶବଦାହ ଗୃହରେ କୁଲଜୀତଙ୍କ ଅନ୍ତିମ ସଂସ୍କାର କରାଯିବ । ଏଥିସହିତ ଆଜି ସନ୍ଧ୍ୟା ସମୟରେ ଆର୍ଯ୍ୟ ସମାଜରେ ଏକ ନିରବ ପ୍ରାର୍ଥନା ସଭାର ଆୟୋଜନ ହୋଇଥିଲା ।

Get real time updates directly on you device, subscribe now.