fbpx

ସମ୍ବଲପୁର ଜିଏମଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ, ଦେଖନ୍ତୁ Video

Advertisement

ସମ୍ବଲପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଟାଟା ପାୱର ପରିଚାଳକ । ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନର ପରିଚାଳକ ବା ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦରଜୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଜିଏମ ସନ୍ତୋଷଙ୍କ ଘରୁ ବିପୁଳ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ସନ୍ତୋଷଙ୍କ ଘରୁ ନଗଦ ୭ ଲକ୍ଷ ୨୦ ହଜାର ୩୬୦ ଟଙ୍କା ଜବତ କରାଯାଇଛି । ଏହା ସହ ସମ୍ବଲପୁରରେ ୨ ମହଲା ବିଲ୍ଡିଂ, ଅଇଁଠାପାଲିରେ ୨ଟି ପ୍ଲଟ ଠାବ ହୋଇଛି । ୨୦.୫୯ ଲକ୍ଷ ଟଙ୍କାର ସନ୍ତୋଷଙ୍କ ୨ଟି ୪ ଚକିଆ ଗାଡ଼ି ଠାବ ହୋଇଛି । ବ୍ୟାଙ୍କ ଡିପୋଜିଟ ସହ ୨ଟି ବ୍ୟାଙ୍କରେ ୨ଟି ଲକର ଥିବା ସୂଚନା ମିଳିଛି ।

ତେବେ ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକାକାଳୀନ ୩ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଥିଲା । ୬ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ଏଥିରେ ସାମିଲ ଥିଲେ ।

Get real time updates directly on you device, subscribe now.